STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

କହ୍ନେଇର ଜନ୍ମ ଦିନ 

କହ୍ନେଇର ଜନ୍ମ ଦିନ 

1 min
0


କିଏ ଆସେରେ ଧରା ନାଚେରେ 
ନାରଦ ଗାଆନ୍ତି ବଜାନ୍ତି ବୀଣା ବଜେଇ 
ସାତରଙ୍ଗ ଫୁଲ ହାତେ ଧରି ପ୍ରକୃତି 
ଅପେକ୍ଷା କରେ ସବୁଜ ଓଢଣୀ ମୁଣ୍ଡେ ଦେଇ 
ପ୍ରକୃତି ମାତା ଯମୁନା ଉଲ୍ଲସିତା 
କଦମ୍ବ ଝୁରେ ରହି ରହି 
ଆସୁଛି କହ୍ନେଇ ଜନ୍ମଦିନ ନେଇ 
ନୀଳପଦ୍ମ ଦେଇ ସମ୍ବର୍ଦ୍ଧନା ଦେବା ତହିଁ 
ସ୍ବପ୍ନ ସବୁ ନୀଳ ନୀଳିମାରେ 
ଗଳ୍ପ ସବୁ କହ୍ନେଇ ପ୍ରେମରେ 
କବିତା ପନ୍ତିରେ 
ଭୋଗ ପ୍ରସାଦ ପ୍ରାପ୍ତିରେ 
କହ୍ନେଇ କଣେଇ କଣେଇ ଖୋଜିବେ 
ମାତା ପିତା ସଖା ମୋ କାହିଁ!
ଲୁହ ପୋଛି ଦେବକୀ ହୋଇବେ ଉଭା 
ଅଶ୍ରୁମୁଖୀ ଯଶୋଦା ଡକାଇ ସଭା 
ସଖା ସବୁ ଅଦୃଶ୍ୟରେ ଆସିବେ ଦେଖିବା ପାଇଁ 
ଗୋବିନ୍ଦ ଜନ୍ମଦିନ ଆସିବା ତିଥିଟି ଏହି 
ମନେପକାଇବାକୁ ଭକ୍ତଙ୍କ ଅଭାବ ନାହିଁ 
ଯା ଅଛି ଅଭାବ ସ୍ନେହ ଶ୍ରଦ୍ଧା ଭକ୍ତି ଭାବ 
ଆସିଲେ କହ୍ନେଇ ଆସିବେ ସବୁ ସେହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics