STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

କୃଷ୍ଣନାମ ଏକା ସାର 

କୃଷ୍ଣନାମ ଏକା ସାର 

1 min
0


ନୀଳ ପଦ୍ମ ତୁମେ କେମିତି ଫୁଟିଲ 
ଏତେ ନୀଳ ରଙ୍ଗ ନେଇ 
ନୀଳମଣିଙ୍କର ଜନ୍ମଦିନ ଆସୁଛି 
ଆସିଛ ସେପାଇଁ ଧାଇଁ 
ତୁମ ରଙ୍ଗ ଏତେ ନୀଳ କେମିତି 
ନୀଳ ଜହ୍ନ କି ଦେଲା ଥୋଇ 
ନୀଳମଣି କଳାକାହ୍ନୁ ଆସିଲେ 
ନୀଳ ବରଷିବ ଧରାରେ ରହି ରହି 
ତୁମେ କୁହ ନୀଳମଣି ଅଭ୍ୟର୍ଥନା ପାଇଁ 
ଆସିଛକି ବୃନ୍ଦାବନୁ ଧାଇଁ 
ତୁମେ କିଗୋ ଥିଲ ଆର ଜନ୍ମରେ 
ଗୋପୀ ଗୋପାଳୁଣୀ ହୋଇ 
ଆସିଅଛ ନୀଳପଦ୍ମ ରୂପେ 
ଶ୍ରୀଚରଣ ଦେବ ବନ୍ଦାଇ 
ଏମିତି ସାଇଁ ଜଗତେ କାହିଁ 
ସାକ୍ଷୀ ଦେବାପାଇଁ 
ସାକ୍ଷୀଗୋପୀନାଥ ବୋଲାଇ 
ଗହମ ପ୍ରସ୍ତୁତ ଭୋଗ ଖାଇ ଖୁଆଇ 
ଜନ୍ମଦିନ ଦିନ ନୀଳପଦ୍ମ ନାଇ 
ମନୋବାଞ୍ଚା ଭକ୍ତଙ୍କ ପୁରଣେ ରହି 
ତୁମେ ଦୀନବନ୍ଧୁ ତୁମ ଲୀଳାଖେଳା 
ଭିତରେ ନୀଳପଦ୍ମ ସମାହିତ ହୋଇ 
ରହିଛି ରହିବ ଯୁଗ ବିତୁଥିବ 
ଆସିବ ଜନ୍ମଦିନେ ତୁମ ସ୍ୱାଗତ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action