STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ମୋକ୍ଷ

ମୋକ୍ଷ

1 min
10


ମାୟା ବନ୍ଧନ କାଟି 

ମୋହର ତେଜି ଜଷ୍ଟି 

ରାଗ ଅହଙ୍କାର ଇର୍ଷା 

କ୍ରୋଧ ଓ କ୍ଷମତା ବର୍ଷା 

ତୁଚ୍ଛ ଜୀବନ ଅଢେଇ ଦିନ 

ତେଜି ପାପ ଆପଣେଇ ପୁଣ୍ୟ 

କରି ସେବା, ଦେଇ ଦାନ 

କହି ଅମୃତ ବଚନ 

ବୁଦ୍ଧଙ୍କ ଶ୍ରେଷ୍ଠ ଦର୍ଶନ 

ନିଶ୍ଚୟ ଜୀବନ ଧନ୍ୟ 

ଆତ୍ମ ସମୀକ୍ଷା ସାଧନ 

ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ 

ଯିବାକୁ ସ୍ବଦେହେ ସ୍ୱର୍ଗ 

ନିର୍ବାଣ ଆଣିବ ମୋକ୍ଷ 

ତେଜି ଲାଳସାର ଯକ୍ଷ

ଶପଥ ପାଇଁ ପୂର୍ଣ୍ଣମୀ ପକ୍ଷ

 ଧର୍ମ ପାଳି ଅର୍ଥ ଲାଳସା ନଭାଳି 

କାମ ବାସନା ଡ଼ାଳ ମାଙ୍କୁଡ଼ି ନଖେଳି 

ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ମୋକ୍ଷ 

ଜୀବେ ଦୟା ନୋହି ରୁକ୍ଷ

କର୍ମ ଏକା ପ୍ରମାଣ ସାକ୍ଷ 

କାମନା ତେଜି ଗୁରୁଙ୍କୁ କରି ଭକ୍ତି 

ପାଇ ଗତି ମୁକ୍ତି ଶାନ୍ତି 

ଶାସ୍ତ୍ର ନିୟମେ ଛନ୍ଦି 

ପ୍ରଭୁ ପଦେ ମନ ବାନ୍ଧି 

ମୋକ୍ଷ ଲଭିବାର ଗଳି କନ୍ଦି 

ଅଜଣା ନୁହେଁ କଷ୍ଟ ବି ନୁହେଁ 

ଆପଣେଇବା ନୋହି ଧନ୍ଦି 

ଶ୍ରୀଚରଣାଶ୍ରିତ ଶୁନ୍ୟ ବିନ୍ଦୁରେ 

ଅହଂ ତେଜି ହେବା ବନ୍ଦୀ 

ମୋକ୍ଷ ଆସିବ ବିନ୍ଦୁଏ କରୁଣା ଛନ୍ଦି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract