STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜନତାଙ୍କ ମତ

ଜନତାଙ୍କ ମତ

1 min
12


ଜନତାଙ୍କ ମତ ଇଶ୍ୱରଙ୍କ ମତ

    ବିଦିତ ଯେ ଯୁଗେ ଯୁଗେ

ରାଜା ନେଇଥାନ୍ତି ପ୍ରଜାଙ୍କର ମନ

    ରାଷ୍ଟ୍ର ବଢେ ଆଗେ ଆଗେ।


ସମୟ ବଦଳେ ଶାସନ ଵଦଳେ 

     ପରିବର୍ତ୍ତନ ସୁଅରେ

ଜନତାଙ୍କ ସ୍ଵର ଗୁଞ୍ଜରିତ ହୁଏ

     ପ୍ରତି ରାଷ୍ଟ୍ର ପ୍ରତି ଦ୍ୱାରେ।


ଭାରତ ବର୍ଷର ଗଣତନ୍ତ୍ର ଆଜି

     ସୁଖ୍ୟାତ ସାରା ବିଶ୍ବରେ

ଜନାଦେଶ ପରେ ସରକାର ଗଢ଼ା

     ନୀତି ନିଷ୍ଠ ଆଦର୍ଶରେ।


ଯେଉଁ ଦେଶେ ବହେ ପାତକ ନାଶିନୀ

     ଗଙ୍ଗା ମାତା ନଦୀ ହୋଇ

ହିମାଳୟ ଠାରୁ କୁମାରିକା ଯାଏ

      ଶାସନର ଡୋର ନେଇ।


ଜଗତର ନାଥ ଜଗନ୍ନାଥ ଯାର

      ରକ୍ଷାକର୍ତ୍ତା ମହାବାହୁ

ସେ ଦେଶେ ଅହିଂସା ଦୟା କ୍ଷମା ଶାନ୍ତି

      ସରବଦା ପୁରି ରହୁ।


ବିଶ୍ବର ଆଦର୍ଶ ଆମରି ଭାରତ

     ଆମ ନେତା ନାରାୟଣ

ତାଙ୍କରି ଇଚ୍ଛାରେ ଶାସନ ଚାଲିଛି

     ମାଧ୍ୟମ ତ ନିର୍ବାଚନ।


ପ୍ରତିନିଧି ଗଣ ବଛା ହୋଇଥାନ୍ତି

     ପ୍ରତି ପାଞ୍ଚ ବର୍ଷ ପାଇଁ

ସ୍ଥିର ସରକାର ହୁଅଇ ଗଠନ

     ଯାହା ତ ଚାହାନ୍ତି ସାଇଁ।


ଭାଇ ଚାରା ପ୍ରୀତି ସଂସ୍କାରକୁ ଧରି

     ଗଡିବ ପ୍ରଗତି ରଥ

ପ୍ରତିଟି କ୍ଷେତ୍ରରେ ସାହା ହେଉଥିବେ

      ନୀଳାଚଳ ଜଗନ୍ନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action