STORYMIRROR

Sambit Srikumar

Abstract Action Inspirational

4  

Sambit Srikumar

Abstract Action Inspirational

ସଂଗ୍ରାମୀ ତୁମେ ଏକେଲା ଚାଲ

ସଂଗ୍ରାମୀ ତୁମେ ଏକେଲା ଚାଲ

1 min
15

ଡେମୋକ୍ଲିସର ଖଡ୍ଗ ପରି ଝୁଲୁଛି ଧର୍ମର ଦଣ୍ଡ


ଦଣ୍ଡିତ ହେବାର ଡରରେ ବାରମ୍ବାର ଚାହେଁ


ଦେହ ସିଂହାସନରେ ବିରାଜିତ ଆତ୍ମନ ଖଡ୍ଗ ଆଡ଼କୁ


ଏଇ ଚାହିଁବାରେ ହିଁ ବିତିଯାଉଛି ସମୟ


ଶୃଙ୍ଖଳିତ ହେବା ପରିବର୍ତ୍ତେ ଭୟାଳୁ


କରାଉଛି ଖଡ୍ଗ ଜନିତ ଧର୍ମଭୟ।


ଏଇ ଦୁନିଆର ନିର୍ବିବାଦୀୟ ସତ୍ଯ


ଜନ୍ମରୁ ଜନନୀ ଜଠରୁ ଜୀବନ ଧାଉଁଛି


ମୃତ୍ୟୁ ପର୍ଯ୍ୟନ୍ତ ଅବିରାମ ଗତିରେ


ଦେହର ଶୃଙ୍ଖଳରୁ ମୁକ୍ତ ହେବା ପାଇଁ


କର୍ମ ଓ ପ୍ରାରବ୍ଧର ବନ୍ଧନୀ ମଧ୍ୟରେ


ଫୁରସତ୍ ନେବାକୁ ତାକୁ ବେଳ କାହିଁ?


ତେଲ ଲୁଣର ଚିର ଅଭାବୀ ସଂସାର


ଭାଇ ବନ୍ଧୁ କୁଟୁମ୍ବ ସଖାସୋଦର

ସହଚର ପରିଜନ ଅପତ୍ଯବର୍ଗଙ୍କର


ପାହାଡ଼ ପ୍ରମାଣ ନ୍ଯସ୍ତ ସ୍ବାର୍ଥ ସମ୍ବଳିତ

ଆଶା ଆକାଂକ୍ଷା ପ୍ରତ୍ଯାଶାର ବୋଝ


ତହିଁରେ ପୁଣି ଧର୍ମର ଭୟ ବିବେକର ସଂଘାତ


ଲାଭ କ୍ଷତିର ଅଙ୍କ କଷୁ କଷୁ ନିଅଣ୍ଟ ପଡୁଛି ଆୟୁଷ

ସୁଖ ଶାନ୍ତି ସଂପ୍ରୀତିରେ ଜୀଇଁବାକୁ


ନିଜ କଥା ନିଜେ ଥରେ ଭାବିବାକୁ


ସମାଜର ସଶକ୍ତ ନିଗଡ଼ରୁ ମୁକ୍ତ ହେବାକୁ।


ଚିର ଇପ୍ସିତ ମୁକ୍ତି ଆକାଂକ୍ଷିତ ମହାନିର୍ବାଣ


ପରମାର୍ଥ ଚୌବର୍ଗ ପ୍ରାପ୍ତିର ହିସାବ ନିକାଶରେ

ବିତିଗଲା ପରେ ସଞ୍ଚିତ ପୁଣ୍ଯ ଅବଶିଷ୍ଟ ପରମାୟୁ


ବେଳ ରତରତ ଅନ୍ତିମ କ୍ଷଣ ଆଗତ

ବାହୁଡ଼ାଇ ନେବାକୁ ଜନ୍ତୁରାଣଙ୍କ ଦୂତଗଣ ଉପଗତ

ତଥାପି କର୍ଣ୍ଣ ଗୋଚର ହେଉଛି କାହାର ଗୁରୁ ମନ୍ତ୍ର

ଦୁନିଆକୁ କିଛି କୈଫିୟତ ଦେବା ଦରକାର ନାହିଁ

ଆପଣା ଜୀବନ ଆପଣା ଦର୍ଶନ

ରଣାଙ୍ଗନରେ କେହି ନୁହଁଇ ନିଜର

କାହାର କଥାକୁ କାହିଁକି ବା କର ଖାତିର

ସଂଗ୍ରାମୀର ଲୋଡ଼ା ନାହିଁ ସାଥୀ

'ସଂଗ୍ରାମୀ ତୁମେ ଏକେଲା ଚାଲ....'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract