STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଚାପେଚ ମଧୁସୂଦନ

ଚାପେଚ ମଧୁସୂଦନ

1 min
7


ଶ୍ରୀ ମଧୁସୂଦନଙ୍କ ଦେହ ଦହନ 

ଚାପେଚ ମଧୁସୂଦନ 

ଦେହ ଶୀତଳାଇ ନାଇ ଚନ୍ଦନ

ଚନ୍ଦନ ଯାତ୍ରା କରିବେ ସମାପନ 

ନରେନ୍ଦ୍ର ପୁଷ୍କରିଣୀରେ 

ଆରମ୍ଭ ଉଦଯାପନ 

ଅଖିତୃତୀୟାରୁ ଆରମ୍ଭ ଚାପ 

ଚନ୍ଦନ ଯାତ୍ରା ନାମେ ସମାପନ 

ବାରମାସେ ତେର ଯାତରା ଵିଧି ବିଧାନ 

ଚକାଆନୟନ ସେ ମଧୁସୂଦନ 

ରଖନ୍ତି ସଂସ୍କୃତି ପରମ୍ପରା ଦାନ 

ମଣିଷ ଛାର ଜୀବନ 

ରୌଦ୍ରର ବିଷମ ଦହନ 

ଜଳକ୍ରୀଡା କରି ମଲ୍ଲିଫୁଲ ଧରି 

ନରେନ୍ଦ୍ରରେ ଜଳକ୍ରୀଡା ଆୟୋଜନ 

ମଣିଷର ଜାତି ମଣିଷ ସଂସ୍କୃତି ଵିଧିବିଧାନ 

ଠାକୁର ହୋଇ ଜଗତ ସାଇଁ କରନ୍ତି ସମାପନ 

ଏହି ଅଳି ନିବେଦନ ପ୍ରଭୁ ଭଗବାନ 

ସୂର୍ଯ୍ୟଙ୍କୁ କହି ଦୁହେଁ ସାଥି ହୋଇ 

ଅଂଶୁଘାତ ଦୁରେଇ ଦେବାକୁ ମୋ ନିବେଦନ 

ତୁମ ଛଡା କାହିଁ ଜଗତ ଠାକୁର କେହି 

ମାଗୁଣି ରଖିବେ ମୋ ଶ୍ୟାମଘନ 

ଭାଇ ଭଉଣୀଙ୍କ ସାଥେ ଚାପେ ଭଗବାନ 

ଲଷ୍ମୀଙ୍କୁ ଆଣନ୍ତୁ ରଖି ଭକ୍ତ ନିବେଦନ 

କ୍ଷମା ଦେଇଥିଲେ କ୍ଷମତା ବଢିବ

ଆସିଯିବ କରୁଣାରୁ ଆଚ୍ଛାଦିନ 

ଭକ୍ତ ଓ ଭଗବାନଙ୍କ ମିଳନ ।।


Rate this content
Log in

Similar oriya poem from Abstract