STORYMIRROR

Suresh chandra Padhy

Action

4  

Suresh chandra Padhy

Action

ତମାଖୁ ବର୍ଜନ

ତମାଖୁ ବର୍ଜନ

1 min
18


ତମାଖୁ ଖାଇ କାମ କର ନାହିଁ ଭାଇ

ଏହା ତୁମ ସ୍ୱାସ୍ଥ୍ୟ ପାଇଁ ଜମା ଭଲ ନାହିଁ

ତମାଖୁ ଖାଇଲେ ମୁଖ ରେ କର୍କଟ ହୋଇବ

 ମୁଖ ଅସୁନ୍ଦର ହେବ ଖାଦ୍ୟ ବି ଖାଇ ନ ପାରିବ

ପାନ ,ସୁପାରି,ଜର୍ଦା ,ଖଇନି ,ଗୁଟୁଖା ଖାଅ ନାହିଁ

କ୍ଷଣିକ ସୁଖ ତୁମ ଜୀବନ ପାଇଁ ବିପଦ ଭାଇ

ନାରୀ ହେଉ କି ପୁରୁଷ ତମାଖୁ ସଭିଏଁ ଛାଡିବା

ପାଟିରେ ଗୁଡାଖୁ ହେଉ କି ଖଇନି କେବେ ନ ଖାଇବା

ଆମକୁ ଦେଖି ସମାଜ ରେ ପିଲା ମାନେ ଶିଖିବେ

ନିଜେ ସତର୍କ ହେଲେ ଆମ ପିଲା ଆମକୁ ମାନିବେ

ମଦ ହେଉ କି ସିଗାରେଟ ବିଡି କେବେ ଖାଅ ନାହିଁ

ଜୀବନ ଅମୁଲ୍ୟ ତୁମର ଅକାଳ ମରଣ ଖୋଜ କାହିଁ

ଫୁସ୍ ଫୁସ୍ ତୁମର ଖରାପ ହୋଇବ ଯେବେ ମଦ ଖାଇବ

ଅଭାବ ଅସୁବିଧା ତୁମର ହୋଇବ ସୁନାର ସଂସାର ଭାଙ୍ଗିବ

ସିଗରେଟ ଖାଇ ଧୁଆଁ ଛାଡିଲେ ତୁମ ପାଇଁ ଅନ୍ୟର କ୍ଷତି ହୁଏ

ପାଖରେ ଥିବା ବ୍ୟକ୍ତି ତୁମ ପାଇଁ ରୋଗ ରେ ପଡି ଯାଏ

ସ୍ଵାସ୍ଥ୍ୟ ବିନା ଆଉ ସମ୍ପଦ କି ହେବ ଭାଇ ଆମର

ଦେହ ଭଲ ଥିଲେ କର୍ମ କରିବା ଚଳାଇବା ପରିବାର

ସଭିଏଁଙ୍କୁ ମୋର ଗୁହାରି ତମାଖୁ କରିବା ବର୍ଜନ

ନିଶା ନିବାରଣ କରିବା ଅନ୍ୟକୁ କରିବା ସଚେତନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action