STORYMIRROR

Bharatabandhu Biswal

Romance Action

4  

Bharatabandhu Biswal

Romance Action

ତୁମେ ସାବିତ୍ରୀ ସାବିତ୍ରୀ ବାସୁଛ

ତୁମେ ସାବିତ୍ରୀ ସାବିତ୍ରୀ ବାସୁଛ

1 min
10


ବରିଅଛ ପତିବ୍ରତ ସହଧର୍ମୀ ଗୃହଲକ୍ଷ୍ମୀ

ପ୍ରୀତିମୟୀ ମନ୍ଦାକିନୀ ମମତାର ସ୍ରୋତ

ଧରମକୁ ରଖି ସାକ୍ଷୀ ସିନ୍ଦୂର କପାଳେ ମାଖି

ତପାଚରି ସୂରୁଜଙ୍କୁ କରୁଅଛ ପ୍ରୀତ ।

ନିର୍ଝରି ଅମୃତ ପ୍ରେମ କୁଳୁକୁଳୁ ନିନାଦରେ

ହସାଉଛ ଦୁଇ କୂଳ ପତ୍ନୀ ଗୋ ଭାବିନୀ

ହେଉଅଛି ତୁମ ପାଇଁ ଜୀବନର ନବନ୍ମେଷ 

ସୁୁଖସ୍ବପ୍ନ ଆଶା ତୁମେ ବାମା ସୀମନ୍ତିନୀ ।

ସହି ଦୁର୍ବିସହ କଷ୍ଟ ଜୀବନ କର ସାର୍ଥକ 

ସାହଚର୍ଯ୍ଯ ଦେଇ କର ପଥ କୁସୁମିତ

ଧରିଥିଲେ ତୁମ ହସ୍ତ ଶମନ ବି ପରାହତ

ଜୀବନର ଜୟଗୀତି ଗାଆନ୍ତି କୃତାନ୍ତ ।

ବଧୁ ହୁଅ ବେଶଭୂଷା ଆଜି ପୁଣ୍ଯ ଅମାବାସ୍ୟା

ବାସିଉଠ ପ୍ରିୟତମା ସାବିତ୍ରୀ ସାବିତ୍ରୀ

ବରଷୁ ପୀୟୂଷ ଧାରା ତଟିନୀ ସ୍ବଚ୍ଛ ସଲୀଳା

ଉଲ୍ଲସୁ ଜୀବନ ପ୍ରାଣ ଏତିକି ମିନତୀ ।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance