STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

କିପରି ପାଇବା ନିର୍ମଳ ସ୍ୱଛ ଶାସକଙ୍କୁ

କିପରି ପାଇବା ନିର୍ମଳ ସ୍ୱଛ ଶାସକଙ୍କୁ

1 min
7


ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟଇ ଯେ ନର,

ବୁଦ୍ଧି ବିଚାର ସୁଗୁଣ ଅଛି ହୃଦୟରେ ତାର


ଲଗାଇଲେ କାର୍ଯ୍ୟେ ବିବେକ ବୁଦ୍ଧି ବିଚାରକୁ 

ସେବା କରି ପାରିବ ସମାଜେ ମଣିଷ ମାନଙ୍କୁ 


ହିଂସ୍ର ବାଘ ପରି କାର୍ଯ୍ଯ କରୁଥିବା ଲୋକଙ୍କୁ 

ବସାଇଛେ ଶାସନରେ ସେପରି କୁଟିଳ ମାନଙ୍କୁ


ସଚ୍ଚୋଟ ବ୍ୟକ୍ତିର ହୃଦୟ, ବିନା ପ୍ରତ୍ୟାଶାରେ  

ଲୟ ଥାଏ ସେବା,ଦୟା, କ୍ଷମା ପର ଉପକାରେ


କୁଟିଳ ମଣିଷ କୁହେ ଆଜି ଏଇ କଳି ଯୁଗରେ

ପାଇବା କେବଳ ଅନ୍ୟାୟୀ ମଣିଷ ଏ ଦେଶରେ 


ଏଠି କରୁଛି ମୁଁ ଅନାସୟରେ ଅନ୍ୟାୟ ରାଜୁତି

ବଢାଇବି ମୋର ପାପ ବ୍ୟଭିଚାର, ନହେବ ଇତି


ମୋର ସଂଗେ ରହିଛନ୍ତି ବହୁ ଦେଶର ମାଗିଖିଆ

ଟଙ୍କା ବଳେ କରିଛି ମୁହଁ ବଙ୍କା, ହୋଇବେ ଠିଆ


ତଥାପି ନ୍ୟାୟ ସତ୍ୟ ଲାଗି ଲାଗିବେ କିଛି ମଣିଷ

ହେବ ବିରାଟ ପରିବର୍ତ୍ତନ ମଣିଷ ମନେ ଅଛି ଆଶ


କିପରି ପାଇବା ଆମେ ନିର୍ମଳ ସ୍ୱଛ ଶାସକଙ୍କୁ

ଭାରତ ଖୋଜୁଛି ଆଜି ସେପରି ନେତା ମାନଙ୍କୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract