ପ୍ରେମ ଅଟେ ବୌଦ୍ଧିକ ଚେତନା
ଅପରର ସବୁଦିନ ଆଶ୍ଵାସନା
ପରସ୍ପର ପରସ୍ପର ପ୍ରତି ଉପାସାନା
ପ୍ରେମ ମାନେ ନୁହେଁ ଏକତରଫା
ବରଂ ଦୁହିଁଙ୍କ ଅଙ୍ଗୀକାରବଦ୍ଧତା
ଜିଇ ପାରିବିନି ତୋ ବା ତୁମ ବିନା
ଶ୍ରମରେ ନଥିବ ବାହାନା
ଖାଦ୍ୟରେ ବାଛିବା ମନା
ଦେବାରେ ଆନନ୍ଦ ତ୍ୟାଗରେ ଅନନ୍ୟା
ପ୍ରେମ ହୁଏନା ଗୁରୁଙ୍କ ବିନା
ପ୍ରେମ ମାନେ ସ୍ନେହ ଶ୍ରଦ୍ଧା ସମ୍ମାନ
ଯେମିତି ମଣିଷ ପଛେ ପଛେ ଶ୍ଵାନ
ଜଣେ ଭାବେ ଭବେ ତୋ ବିନା ରହିହେବନା!
ଜୀବନ ଦୁଇଦିନର ଏକା ସାଥେ
ଚାଲିବାର ଯୁଗ୍ମ ଚୈତନ୍ୟ ତେତନା
ଯୋଉଠି ଖାଲି ଉଦ୍ଦୀପନା
ତୋର କି ମୋର ନୁହେଁ ବରଂ ଆମର ଭାବନା
ଆମେ ଦେଉଳ ତୋଳିବା
ମାଟି ମଟାଳ ଛୁଇଁବା
ସମୁଦ୍ର ଢେଉ ଗଣୁ ଗଣୁ ଫିଙ୍ଗିଦେବା ଆବର୍ଜ୍ଜନା
ଆଜି କଥା କାଲିକି ନାହିଁ
ଜୀବନର ମାନେ ସମୟ ବୁଝେନାହିଁ
ତୁ ଥିଲେ ମୁଁ ଓ ମୁଁ ଥିଲେ ତୁ
ପ୍ରେମର ବନ୍ଦନା ତଥା ପ୍ରାର୍ଥନା