STORYMIRROR

Bidyadhar Mantry

Abstract Romance

4  

Bidyadhar Mantry

Abstract Romance

ଯଥା ନଣ୍ଡାସ୍ୟ ନାଣ୍ଡି

ଯଥା ନଣ୍ଡାସ୍ୟ ନାଣ୍ଡି

1 min
29


ନାଣ୍ଡି ବାହା ଘର ଖବର ଟା ଶୁଣି

ନଣ୍ଡା ସହଜେ ବୁଝୁନି 

ପିଲା ଦିନୁ ନାଣ୍ଡି ମୋର ,ମୁଁ ନାଣ୍ଡି ର 

ଏ କଥା କିଏ ଜାଣିନି?

ଦାଦନ ଶ୍ରମିକ ହେଲି ବୋଲି କଣ

ନାଣ୍ଡି କୁ ମୁଁ ଭୁଲି ଯିବି

ନାଣ୍ଡି ବିନା ମୁହିଁ ବଞ୍ଚି ପାରିବିନି

ଅନଶନ ହିଁ କରିବି

ପିଲା ଦିନୁ ମିଛି-ମିଛିକା ର ବାହା

ବଡ ହେଲା ପରେ ପୁଣି

ମନ୍ଦିର ବେଢ଼ାରେ ସିନ୍ଦୂର ପିନ୍ଧାଇ

ନାଣ୍ଡି ହୋଇଛି ସଙ୍ଗିନୀ


ନଣ୍ଡା କଥା ଶୁଣି ନଣ୍ଡା ମାଆ କହେ

ଆସ ଯିବା ନାଣ୍ଡି ଘର

ନାଣ୍ଡି କୁ ପଚାରି ବୁଝି ଦେବା ଥରେ

ସତ ନା ମିଛ ଖବର


ବେଦୀ ପାଖେ ବସି ନାଣ୍ଡି ଦେଖି ଦେଲା

ନଣ୍ଡା ଆସୁଛି ବେଦୀ କୁ

ନଣ୍ଡା ନଣ୍ଡା କହି ବାହା ବେଦୀ ଛାଡ଼ି

ଧାଇଁଲା ନଣ୍ଡା ପାଖକୁ

ଯିଏ ବେଦୀ ପାଖେ ବର ବେଶ ପିନ୍ଧି

ବସି ଥିଲା ନାଣ୍ଡି ସହ 

ବୁଝି ଗଲା ଦେଖି ନଣ୍ଡା ନାଣ୍ଡି ଦୃଶ୍ୟ

ଦୁଇ ପ୍ରେମୀ ର ହୃଦୟ


ଯେତେ ବର ଯାତ୍ରୀ ଉପସ୍ଥିତ ଥିଲେ

ତାଳି ମାରି ହେଲେ ଖୁସି 

ଦୁଇ ପ୍ରେମୀ ଯୁଗଳଙ୍କ ସାହସ କୁ

କହିଲେ ସବୁ ପ୍ରଶଂସି

ନଣ୍ଡା ନାଣ୍ଡି ଦୁହେଁ ବସିଲେ ବେଦୀ ରେ

ବାହା ଘର ଚାଲୁ ଅଛି

ଯଥା ରାମସ୍ୟ-ସୀତା ନଣ୍ଡାସ୍ୟ-ନାଣ୍ଡି

ମନ୍ତ୍ର ପଢ଼ା ହେଉଅଛି


ନଣ୍ଡା ବାପା ଆଉ ନାଣ୍ଡି ବାପାଙ୍କର

ହେଲା କୋଳା କୋଳି ଭାବ

ନଣ୍ଡା ପାଇଁ ଯଦି ନାଣ୍ଡି ଜନ୍ମି ଅଛି

କିମ୍ପା ଭାବରେ ଅଭାବ??

ନାଣ୍ଡି ବାହା ଘର ସିନେମା ଢାଞ୍ଚାରେ

ଚାଲିଛି ପୁଣି ଚାଲିବ

ଉପହାର ବିନା ଭୋଜି ଖାଇବାକୁ

ସଭିଏଁ ନିଶ୍ଚେ ଆସିବ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract