STORYMIRROR

Panchanan Jena

Romance

4  

Panchanan Jena

Romance

ତୁ ଏକା ସ୍ବର୍ଗ ମୋର

ତୁ ଏକା ସ୍ବର୍ଗ ମୋର

1 min
18


ଶ୍ରାବଣ ମହ୍ଲାର ଯେବେ ଟୁପୁର୍ ଟାପୁର୍ 

ତୋ ପ୍ରେମ ଝରୁଥାଏ ଟୁବୁର ଟାବୁର୍

କେବେ ଗୁମ୍ ସୁମ୍ କଳାହାଣ୍ଡିଆ

କେବେ ଶୀତଳ ହେମାଳ ବରକୋଳିଆ

ପୁଣି କେବେ ହାତ ଛାତି କୁ ଛୁଇଁ ଦେଇ

ବୁନ୍ଦା ବୁନ୍ଦି କୁଣ୍ଡା ଝାତି ଦେଇ ଫେରାର୍


ମେଘ - ସୂର୍ଯ୍ୟର ଖରା ଛାଇ ଖେଳ

ଚାହିଁ ମୁରୁକି ହସ ପରି ଚଞ୍ଚଳ ଛବିଳ

ଲାଗୁ ଗୋଟାପଣେ ତୁ ମୋର ଅଖିଳ


ଯେବେ ଆଡ଼ଦେଖା କରି ଝଡ଼ ପରି

ତୁ ଫଡ଼ ଫଡ଼ କରି ଉଭେଇ ଯାଉ

ଲାଗୁ ତୁ ଆଉ କାହାର ଦରକାର

ଯେମିତି ବର୍ଷିଯିବୁ ତିନ୍ତି ଦେବୁ 

ଧୂସର ଉଷର କ୍ଷେତ ଅନ୍ୟର


ବାଇକ୍ ପଛରେ ବସି ମାରୁ ମୁରୁକି

ଗୋଟାପଣେ ଲାଗୁ ଭାଗ୍ୟରେ ମୋର

ପବନେ ଚୁମାଟି ଉଡେଇ ଦେଲେ

ଧରିନେଇ ରଖୁ ଛାତି ତଳେ ସ୍ଥିର

ଭାବି ନେଉଛି ତୁ ଏକା ସ୍ଵର୍ଗ ମୋର


ଆଜି ଚୈତ୍ର ପରବ ଚଡକ ମେଳା

ପାଟ ପରଵ ଉଡ଼ା ଅର୍ଘ୍ୟ ବେଳା

ପଇତା ପକା ସରିବ ଭେଳା

ଭେଟ ହେଲେ କହିବୁ ଆଖି ପଲକରେ

ଛଟକ ମଟକ ଚିତ୍ର ଝଲକରେ

ହେବୁ କି ମୋ କଦଳି ଭେଳା

ବଢି ବାତ୍ୟା ବନ୍ୟା ଦୁର୍ବପାକରେ

ସାଙ୍ଗେ ସଙ୍ଗେ ଥିବୁ ଜୀବନ ଲୀଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance