Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Romance

4  

Prafulla Kumar Tripathy

Romance

ଆସିଛି ହୋଲି

ଆସିଛି ହୋଲି

1 min
8


ହୋଲି ରେ ହୋଲି

ରଙ୍ଗରେ ରଙ୍ଗାଇ ଦେବା ଜୀବନକୁ

ସ୍ନେହ ପ୍ରେମର ଦରଜା ଖୋଲି

ଏ ଆମ ପରବ ଏ ଆମ ପରମ୍ପରା

ସାରା ପୃଥିବୀରେ ଖୋଜିଲେ ମିଳେନା

ସରଗ ଲାଗେ ଏ ଧରା l

ରାଇ ସଙ୍ଗେ ଶ୍ୟାମ ଖେଳୁଥିଲେ ହୋଲି

ଆମ ଏ ପବିତ୍ର ମାଟିରେ ପରା

ଓଲ୍ହାଇ ଆସନ୍ତି ସରଗୁ ଦେବତା

ସରଗର ଡୋରି କାଟି l

ଆମ ଏ ପରବ ଆମ ଗୌରବ

ବିଶ୍ୱରେ ମିଳେନି କାହିଁ

ଭାଇଚାରା ହୋଇ ଖୁସି ମନାଇବା

ହୋଲି ଗୀତ ଆମେ ଗାଇ l

ସ୍ନେହ ଡୋରିର ମମତା ବନ୍ଧନ

ଭେଦ ଭାବ ସବୁ ଯିବା ଭୁଲି

ହୋଲିରେ ଆମେ କରିବା ରଙ୍ଗୀନ

ଭରି ରଙ୍ଗ ନାଲି ନେଳି l

ହିନ୍ଦୁ, ମୁସଲିମ, ଖ୍ରୀଷ୍ଟି, ଶିଖ

ସବୁ ଆମେ ଭାଇ ଭାଇ

ଏହି ଦୁଇ ଦିନ ଏଇ ଜୀବନଟା ଆମ

ବାଣ୍ଟିବା ଆମେ ଖୁସି ହୋଇ l 



Rate this content
Log in

Similar oriya poem from Romance