STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ନର ନାରାୟଣ

ନର ନାରାୟଣ

1 min
14


ନର ନାରାୟଣ  ନମୋ ରାମକୃଷ୍ଣ

     ଗୁରୁ ତୁମେ ଶ୍ରେଷ୍ଠ ତୁମେ

ମନୁଷ୍ୟ ଜାତିର ତ୍ରାଣ କର୍ତ୍ତା ଥିଲ 

     ପୂଜୁଛନ୍ତି ବିଶ୍ଵ ଜନେ।

ଯେଉଁ ବିଦ୍ୟା ଗଢ଼େ ଆଧ୍ୟାତ୍ମ୍ୟ ଜଗତ

     ନ ଝରେ ରୁଧିର କେବେ

ଭାଇ ବନ୍ଧୁ ପ୍ରୀତି ସ୍ନେହ ମମତାର

      ବୀଜ ବୁଣି ଥାଏ ଭବେ ।

ମରୁଭୂମି ପରେ ଫୁଟାଏ ଅମ୍ବୃତ

     ରାଗ ରୋଷ ହୁଏ ଦୂର

ମଣିଷ ପାଉଛି ମଣିଷକୁ ଭଲ

     ତୁମ ବାଣୀ ତୁମ ସ୍ଵର।

କାମାରପୁକୁର ଜନ୍ମ ସ୍ଥଳୀ ଥିଲା

      ବିଶ୍ଵ ହେଲା କର୍ମ ସ୍ଥଳୀ

ବିବେକାନନ୍ଦଙ୍କ  ମାଧ୍ୟମରେ ତୁମେ

     ସେବୁ ଥିଲ ଭଳି ଭଳି।

ଦକ୍ଷିଣେଶ୍ୱରର କାଳୀ ପୂଜାରୀ ରୁ

     ଆରମ୍ଭି କେତେ ସାଧନା

ମତ ସିନା ଭିନ୍ନ ପଥ ସଦା ଏକ

      ଏ ଥିଲା ତୁମ ଭାବନା।

ଶାରଦା ଦେବୀଙ୍କୁ ବିଶ୍ଵ ଜନନୀରେ

      କରିଅଛ ପରିଣତ

କେଡେ ତ୍ୟାଗ କରି ଆଦର୍ଶ ହୋଇଛ

      ମଥା ନଇଁ ଯାଏ ସତ।

ଧରମ ନାମରେ ନିନ୍ଦା ଅପବାଦ

      ଯାହା ଥିଲା କୁସଂସ୍କାର

ଅପସରି ଦେଇ ନିଜ ସାଧନାରେ

      ପର ନୁହେଁ ଆପଣାର।

ଯୁଗ ଯୁଗ ଧରି ତୁମରି ପ୍ରେମରେ

     ବାନ୍ଧି ହେବେ ସର୍ବେ ନର

ହୃଦୟରୁ ଅର୍ଘ୍ୟ ଦାନ କରି ନାଥ

     ସେବିବୁ ତୁମ ପୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action