STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ହେ ଚକା ନୟନ

ହେ ଚକା ନୟନ

1 min
20


ହେ ଚକାନୟନ କି ସୁନ୍ଦର ଧାମ

      ଅଟଇ ନିବାସ ସ୍ଥଳ

ବଡ ଦାଣ୍ଡେ ଶୁଭେ ଗହଳ ଚହଳ

      ଉଛୁଳେ ଜଳଧି ଜଳ।

ଶରଧା ବାଲିରୁ ଶ୍ରୀ ମନ୍ଦିର ଯାଏ

     କେତେ ଭକ୍ତ ଥାଟ ବାଟ

ସବୁରି ତୁଣ୍ଡରେ କାଳିଆର ନାମ

     ହୃଦେ ପଡେନି କବାଟ।

ଅବଢ଼ା ପ୍ରସାଦ ଜାତି ଖୋଜେ ନାହିଁ

      ଖୋଜେ ଏକା ଭାତ୍ରୁ ପ୍ରୀତି

ପତିତେ ଦର୍ଶନ ଦେଇ ଥାନ୍ତି ପ୍ରଭୁ

      ଘୋଷ ଯାତ୍ରା ଶ୍ରେଷ୍ଠ କୃତୀ।

ଦୁନିଆ ଦେଖଇ କି ସୁନ୍ଦର ଯାତ 

     ରଥ ଗଡି ଗଡି ଯାଏ

ବାଟରେ ଅଟକି ପୋଡ଼ ପିଠା ଖାଇ

     ମାଉସୀ ମନ୍ଦିର ପାଏ।

ନବ ଦିନ ଯାତ୍ରା ନବୀନ ଉଲ୍ଲାସ

     ବାର ମାସେ ତେର ଜାତ

ଜୀବନକୁ ଦିଏ କେତେ ଯେ ପ୍ରେରଣା

     ଜଗନ୍ନାଥ ଏକା ସତ।

ସେ ଚକାନୟନ ନ କରିବେ ଆନ

      ଭକତ ଜୀବନ ହରି

ସମସ୍ତେ ସୁଖରେ ରୁହନ୍ତୁ ସ୍ଵସ୍ଥାନେ 

      ଏତିକି କରେ ଗୁହାରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action