STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମାଗୁଣି ଏତିକି

ମାଗୁଣି ଏତିକି

1 min
11


ମାଗୁଣି ଏତିକି ହେ ନିଳାଦ୍ରୀ ପତି

     ବିଶ୍ଵ ଜନତାଙ୍କ ହିତେ 

କେହି କାହା ପାଇଁ  ଦୁଃଖ ନ ଭୋଗନ୍ତୁ

      ଥାଆନ୍ତୁ ତୁମରି ଚିତ୍ତେ।

ତୁମରି ସୃଷ୍ଟିର ଶ୍ରେଷ୍ଠ ସରଜନା

      ବିଚାର ବିବେକ ପ୍ରାଣୀ

ଦେଇଛ ମାନବେ ସ୍ୱର୍ଗୀୟ ଗୁଣକୁ

      କରି ଅଛ ମହା ଜ୍ଞାନୀ।

ପ୍ରକୃତି ଉପରେ ବଇରୀ ସାଜିଛି

      ସବୁଜିମା କରି ନଷ୍ଟ

ନିୟମିତ ଏବେ ଋତୁଚକ୍ର ନାହିଁ

      ସଭିଏଁ ଭୋଗନ୍ତି କଷ୍ଟ।

ଜନସଂଖ୍ୟା ପରା ବଢି ବଢି ଯାଏ

      ପରିବେଶ ପ୍ରଦୂଷଣ

ବାୟୁ ଜଳ ମାଟି ହୋଇଛି ଦୂଷିତ

      ଜୀବନ ହରାଏ ମାନ।

ମଣିଷ ପଣିଆ ନାହିଁ ଆଗଭଳି 

      ନାହିଁ ସ୍ନେହ ଶ୍ରଦ୍ଧା ପ୍ରୀତି

କେମିତି ବଞ୍ଚିବ କେମିତି ହସିବ

     ବିଶ୍ବର ଜନତା ନିତି।

ହେ ଚକାନୟନ ନ କରିବ ଆନ

     ସୁରକ୍ଷିତ ରଖି ସୃଷ୍ଟି

ତୁମ ଶ୍ରୀ ଚରଣେ  ନିବେଦନ କରେ

     ରଖି ଥାଅ ଶୁଭ ଦୃଷ୍ଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action