ବିଶ୍ବ ପରିବେଶ ଦିବସ
ବିଶ୍ବ ପରିବେଶ ଦିବସ
ବିଶ୍ବ ପରିବେଶ ପ୍ରଦୂଷଣମୟ
ଜୀବନ ସଙ୍କଟପୂର୍ଣ୍ଣ
ବଢୁଛି ବାୟୁରେ ଅଙ୍ଗାରକ ଅମ୍ଳ
କମିଯାଏ ଅମ୍ଳଜାନ ।
ଭୂପୃଷ୍ଠ ଭୂନିମ୍ନ ଜଳ ହୁଏ ଶୁଷ୍କ
ବରଷା ଅନିୟମିତ
କଳ କାରଖାନା ଯାନବାହାନରୁ
ନିର୍ଗମେ ବାଷ୍ପ ବିଷାକ୍ତ ।
ଗ୍ରାସେ ଜୀବନକୁ ରୋଗ ମହାମାରୀ
ପ୍ରାକୃତିକ ଦୁର୍ବିପାକ
ଦାୟୀ ଏଥିପାଇଁ କେବଳ ମଣିଷ
ଅବିଚାର ଅବିବେକ ।
ଶତ ପ୍ରତିଶତ ଅଙ୍ଗାର ଅମ୍ଳକୁ
ଅବଶୋଷେ ଯେଉଁ ଗଛ
ଅତି ଉପକାରୀ ପ୍ରାଣବାୟୂଦାୟୀ
ଅଟଇ ତାହା ଅଶ୍ବସ୍ତ ।
ମୂଳେ ତାର ବ୍ରହ୍ମା ତ୍ବକରେ ଶ୍ରୀବିଷ୍ଣୁ
ଶାଖାରେ ଶିବ ଶଙ୍କର
ପତ୍ରେ ପତ୍ରେ ସର୍ବ ଦେବାଦେବୀ ବାସ
କରୁଥାନ୍ତି ନିରନ୍ତର ।
ନିମ୍ବ ବଟବୃକ୍ଷ ପରିବେଶ ପାଇଁ
ଅତ୍ଯନ୍ତ ହିତକାରକ
ଅବଶୋଷ କିନ୍ତୁ ଫଳଛାୟାଦାୟୀ
ବୃକ୍ଷ ହୁଏ ଅବଲୁପ୍ତ ।
ବିଶ୍ବ ତାପମାନ ପ୍ରଦୂଷଣ ମାତ୍ରା
କରିବାକୁ ନିୟନ୍ତ୍ରଣ
ବେଳ ଥାଉଁ ଆସ ହୋଇବା ସଜଗ
କରିବା ଚାରା ରୋପଣ ।।
