STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ହାରି ଯାଉଥିବା ମଣିଷ

ହାରି ଯାଉଥିବା ମଣିଷ

1 min
14


ବିନା ଯୁଦ୍ଧରେ କ୍ଷତାକ୍ତ ମନ, ହୃଦୟ ଓ ଆତ୍ମା

ବିବେକ ସୁରକ୍ଷିତ ଅଛି ଏଯାଏ

ସେଥିପାଇଁ ତ ଚାଲିଛି ନିଃଶ୍ୱାସ ପ୍ରଶ୍ୱାସ

ଏବେ ବି ବଞ୍ଚିଛି ଈଶ୍ୱରଙ୍କ ପ୍ରତି ବିଶ୍ୱାସ 

ଜିତିବାର ଲାଳସା ଓ ଲୋଭ ନାହିଁ ବୋଲି

ଭୟ ନାହିଁ ଯୁଦ୍ଧର ପରିଣାମ ନେଇ 

ଏକ ଭିନ୍ନ ଢ଼ଙ୍ଗରେ କହିଲେ 

ପ୍ରତି ମୁହୁର୍ତ୍ତରେ ଦୁଃଖ ଲୁହକୁ ଜିତୁଛି

ଗୋଟେ ହାରି ଯାଉଥିବା ମଣିଷ,


ଭୟ ନାହିଁ ତା'ର ହେବ ଯଦି କେବେ ସେ

ତାର ନିଷ୍ପତ୍ତିରେ ଭୁଲ୍ ପ୍ରମାଣିତ 

ବରଂ ଆନନ୍ଦର କାରଣ ଜନ୍ମନେବ ସେବେ

କାହିଁକି ନା ତା' ସମ୍ମୁଖରେ 

ଅନ୍ୟମାନେ ହେବେ ଠିକ୍ ପ୍ରମାଣିତ,

ତା'ର ଦମ୍ଭ, ସାହସ ଓ ଧୈର୍ଯ୍ୟ

ସବୁ ବିବେକ ଗର୍ଭରେ ସୁରକ୍ଷିତ 

ସମୟ ଯନ୍ତ୍ରଣା ଦେଉଛି ସତ

ତା' ସହ ଦେଇଚାଲିଛି ପ୍ରତିଟି କ୍ଷଣରେ ଶିକ୍ଷା 

ଏବଂ ପରିସ୍ଥିତି ଦେଉଛି କଷଣରୁ ଆଶିଷ

ତେଣୁ ହାରିଲେ ବି ଜିତିବ ନିଶ୍ଚିତ 

ଗୋଟେ ହାରି ଯାଉଥିବା ମଣିଷ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract