STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଘର

ଘର

1 min
12


ଘର କହିଲେ 

ଆଉ ନାହିଁ ଚାଳ ଛପର 

ରୋଷେଇ ଘର ଅବସ୍ଥା ନକହିଲେ ଭଲ 

ବେସର ବଟା ଜାଇରଗଡା କଥା ଛାଡ଼ 

ଏତେ ରଦ୍ଦି ଯେ ବୋଉର ଛାତି ଧଡ଼ପଡ଼ 

ସବୁ କାଳେ ଆଉଟ ଡେଟେଡ଼ 

ବୋଉ ଡାକ ଏକ୍ସ ପ୍ୟାରୀ ଡେଟ 

କିଏ ଡାକୁଛି ମାଆ 

ଯିଏ ଆଜିଯାଏଁ ଡାକୁଥିଲା ବୋଉ ତୁ ଥାଆ 

ଆଉ ଯିଏ ମୂଳରୁ ଡାକୁଛି ମମି କି ମାମା 

ତା ଗୁଣ କି ବଖାଣର ଅଛି ପରିସୀମା 

ବୋଉକୁ ମ୍ୟାଗି ଚାଉମିନ କରିଆସୁନି ଜମା 

ରୋଷେଇ ଘରେ ପ୍ୟାକେଟ ପରେ ପ୍ୟାକେଟ 

ଗୋଟାଏ କାମବାଲୀ ରମା 

କହେ ମାଆ ତୁମ କାମ ଭାରି ଧିମା 

ବୋଉ ଆଉ ସେଇ ବୋଉ ହୋଇ ନାହିଁ 

ଟିକିଏ କଥାରେ ସୁଉଁ ସୁଉଁ ହୋଇ 

ଯିଏ କରୁଥାଏ ଦିନ ସାରା ପିଠା 

ଆଜି ପିଜା ଖାଇ ପାଟି ତାର ଅଠା 

ରମା ଆଉ ଚକଟୁନି ହାତରେ ଅଟା 

କହୁଛି ମେସିନ ଆଣୁନ ଭାରି ସିଠା 

ବୋଉ ମୁଣ୍ଡରେ ହାତ ଦେଇବସିଛି 

ବିନ୍ଧୁଛି ତା ପିଠି ଆଉ ଅଣ୍ଟା 

ରମା କୁହେ ମାଆମାନେ ଆମ ଯୋଗୁଁ ମୋଟା 

ବୋଉ ଭାବୁଛି ଏତେ ରଦ୍ଦି ଘରସାରା 

ରଖାଥୁଆ କରୁ କରୁ ହାର୍ଟ ଆର୍ଟାକ ସାରା

ହେଲେ ଅଛି ମାଆ ମମତା ଭରା ଭରା ଗରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract