Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଘର

ଘର

1 min
8



ଘର କହିଲେ 

ଆଉ ନାହିଁ ଚାଳ ଛପର 

ରୋଷେଇ ଘର ଅବସ୍ଥା ନକହିଲେ ଭଲ 

ବେସର ବଟା ଜାଇରଗଡା କଥା ଛାଡ଼ 

ଏତେ ରଦ୍ଦି ଯେ ବୋଉର ଛାତି ଧଡ଼ପଡ଼ 

ସବୁ କାଳେ ଆଉଟ ଡେଟେଡ଼ 

ବୋଉ ଡାକ ଏକ୍ସ ପ୍ୟାରୀ ଡେଟ 

କିଏ ଡାକୁଛି ମାଆ 

ଯିଏ ଆଜିଯାଏଁ ଡାକୁଥିଲା ବୋଉ ତୁ ଥାଆ 

ଆଉ ଯିଏ ମୂଳରୁ ଡାକୁଛି ମମି କି ମାମା 

ତା ଗୁଣ କି ବଖାଣର ଅଛି ପରିସୀମା 

ବୋଉକୁ ମ୍ୟାଗି ଚାଉମିନ କରିଆସୁନି ଜମା 

ରୋଷେଇ ଘରେ ପ୍ୟାକେଟ ପରେ ପ୍ୟାକେଟ 

ଗୋଟାଏ କାମବାଲୀ ରମା 

କହେ ମାଆ ତୁମ କାମ ଭାରି ଧିମା 

ବୋଉ ଆଉ ସେଇ ବୋଉ ହୋଇ ନାହିଁ 

ଟିକିଏ କଥାରେ ସୁଉଁ ସୁଉଁ ହୋଇ 

ଯିଏ କରୁଥାଏ ଦିନ ସାରା ପିଠା 

ଆଜି ପିଜା ଖାଇ ପାଟି ତାର ଅଠା 

ରମା ଆଉ ଚକଟୁନି ହାତରେ ଅଟା 

କହୁଛି ମେସିନ ଆଣୁନ ଭାରି ସିଠା 

ବୋଉ ମୁଣ୍ଡରେ ହାତ ଦେଇବସିଛି 

ବିନ୍ଧୁଛି ତା ପିଠି ଆଉ ଅଣ୍ଟା 

ରମା କୁହେ ମାଆମାନେ ଆମ ଯୋଗୁଁ ମୋଟା 

ବୋଉ ଭାବୁଛି ଏତେ ରଦ୍ଦି ଘରସାରା 

ରଖାଥୁଆ କରୁ କରୁ ହାର୍ଟ ଆର୍ଟାକ ସାରା

ହେଲେ ଅଛି ମାଆ ମମତା ଭରା ଭରା ଗରା ।


Rate this content
Log in

Similar oriya poem from Abstract