ଲୁପ୍ତ ଯୌଥ ପରିବାର
ଲୁପ୍ତ ଯୌଥ ପରିବାର
ବୈକୁଣ୍ଠ ଯେମନ୍ତ ପବିତ୍ର ଭୁବନ ତେମନ୍ତେ ଅଟଇ ଘର
ପରସ୍ପର ଯହିଁ ସ୍ନେହ ଭାବ ଥାଏ ସେହି ସୁଖୀ ପରିବାର
ବୈଦିକ ଯୁଗରେ ବଣ ଜଙ୍ଗଲରେ ଏକାନ୍ନବର୍ତ୍ତି ହୋଇ
ମେଳି ବାନ୍ଧି ରହିବାର ପରମ୍ପରା ଗଠନ ସମାଜ ପାଇଁ
ଆଧୁନିକରଣ ନଥିଲା ତହିଁରେ ରହା ଥିଲା ବଂଚିବାର
ସୁନ୍ଦର ଭାବ ସ୍ନେହ ସମ୍ଵନ୍ଧରେ ଥିଲା ଯୌଥ ପରିବାର ।
ଦୀର୍ଘାୟୁ ଜୀବନ ସଂଗୀତ ଲହର ଜପ ତପ ଧ୍ୟାନ ମାର୍ଗେ
ଯୌଥ ପରିବାର କମ୍ ପଡୁଥିଲା ସମ୍ଵନ୍ଧ ବାନ୍ଧିବା ଯୋଗେ
ତେଣୁ ଏ ମଣିଷ ବାଘକୁ, ଜହ୍ନକୁ, ମାମୁଁ, ବିଲେଇ ମାଉସୀ
ନେଉଳକୁ ଭାଇ ବିଲୁଆକୁ ନନା ସମ୍ପର୍କ ଯୋଡିଲା ବସି
ଆଜିର ମଣିଷ ସେସବୁ ସମ୍ପର୍କ ଅବିଶ୍ବାସ ବାଲିଘର
ସ୍ଵାର୍ଥପରତାର ବାଡାବାଗ୍ନି ଧାସେ ଲୁପ୍ତ ଯୌଥ ପରିବାର ।
ମଦୁଆ ମାଫିଆ କବଳେ ଜନନୀ ଝରାଏ ଆଖିରୁ ଲୁହ
ଶତେକ ପୁତ୍ର ଜନନୀ ଧରିତ୍ରୀ ବିକଳାଙ୍ଗ ରୂପ ଦେହ
ଛିନ୍ନବିଛିନ୍ନ ହୋଇଛି ସମାଜ ସସ୍କୃତିକୁ ବିକଳାଙ୍ଗ
କରି ଭିନ୍ନ ଭିନ୍ନ ହୋଇଲାଣି ରସା ଭୁଲି ସ୍ନେହ ପ୍ରେମ ଭାବ
ତେଣୁ ସଂସାର ରେ ଯୌଥ ପରିବାର ବ୍ୟବସ୍ଥାକୁ ସମାଜ ର
ସାମାଜିକ ଜନ୍ତୁ ସମାନ ମଣିଷ କରି ଦେଲା ସବୁ ଜୁର ।
ଯଦି କାହିଁ କେହି ଅଛନ୍ତି ଏବେବି କ୍ଵଚିତ ଆସେ ନଜର
ତଥାପି ଅନେକ ବିଘ୍ନ ଅବିଶ୍ଵାସ ରହିଛି ବଳବତର
ସମୟ ଯେମିତି ମଣିଷ ସେମିତି ତାହା ସହ ଦେଇ ତାଳ
ଚାଲିଛି ଜୀବନ ଚକ୍ର ସେହିମତେ (ତେଣୁ) ଲୁପ୍ତ ଯୌଥପରିବାର ।