ଭାଦ୍ରବ ଭୋଦୁଆ ଖରା
ଶୁଖେଇ ପାରୁନି
ଶ୍ରାବଣ ଦେଇଛି ଲୁହ ପଶରା
ବରଷା ପିଆସୀ ଧରା
ଧାରେ ନରହିଲେ ସୀମା ପାର ହେଲେ
ଗୋଡ଼ ଖସିଯିବା ସାରା
ଅତି ରୁ ଇତି ନଯିବା ବର୍ତ୍ତି
କର୍ମ ଅବା ପ୍ରକୃତି ଆସରା
ଅତି ଗର୍ବେ ହତ ଲଙ୍କା
ରାବଣ ରାମଙ୍କ କଥା
ରାମାୟଣ କହେ ସାରା
ଭୋଦୁଆ ଭାଦ୍ରବ କେବେ ଆଣେ ଖରା
ପୁଣି ବରଷାର ଧାରା
ଖରା ହେଉଛି ବର୍ଷା ହେଉଛି
ବିଲୁଆ ନନା ବାହାଘର ପରା
ଧରା ଦିଶେ ବଡ଼ ତୋରା
ଗଛ ଲଗାଇ ସଂରକ୍ଷଣ କଲେ
ବିପଦ ଯିବ ତା ବାଟେ ପରା
ପ୍ରକୃତି ହସିଲେ ଦୁନିଆଁ ହସିବ
ବୁଝିଗଲେ ବଡ ତୋରା ଏ ଧରା