ଓଡିଶା ରାଇଜ ସାଂସ୍କୃତିକ ବାର୍ତ୍ତା
ଯେତେ କୋଉଠି କାହିଁ
ପାରସ୍ପାରିକ ବୁଝାମଣା ପାଇଁ
ଯିଏ ଥାଉ ଯେତେ ଦୂରେ ଯାହା ଘରେ
ନୂଆଖାଇ ଭେଟଘାଟ ପାଇଁ ଆସନ୍ତି ଧାଇଁ
ବନ୍ଧୁମିଳନ ବା ଭେଟଘାଟ
ପଶ୍ଚିମ ଓଡିଶା ନୂଆଖାଇ
ମାଆ ସମଲେଇ ନୂଆ ଶସ୍ୟ ଖାଇ
ପୂଜା ପାଇ ଧ୍ବଜା ଉଡାଇ
ଡାକନ୍ତି ମାଆ ଗୋ ତୁମେ ଥିଲେ
ସମ୍ବଲପୁର ଭଉଣୀଭାଇ
ଯୋଉଠି ଥିଲେ ବି ଆସି ପହଁଚିବେ
ଭେଟଘାଟ ପାଇଁ
ହସ ଖୁସି ଆନନ୍ଦ ମନ ନେଇ
ଓଡିଶା ରାଇଜ ଚାଷୀଭାଇ ଦେଶ
ଚାଷ ପରେ ହୁଏ ନୂଆଖାଇ
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବା କୋଣ
ଅନୁକୋଣ ରୁ ସାଙ୍ଗ ସାଥି ହୋଇ
ଭେଟଘାଟ ନାମ ପାଇ
ବନ୍ଧୁମିଳନ ଭାଇଚାରା ପର୍ବ
କିଏ ଅବା ଜାଣିନାହିଁ
ସାହାହୋଇଥିବେ ମାଆ ସମଲେଇ
କାନ୍ଧରେ କାନ୍ଧ ମିଶେଇ ଏକାଠି ହୋଇ
ପୂଜିବା ମାଆ କରୁଣାମୟୀ
ଦିଅ ଏ ସୁଯୋଗ ସବୁବର୍ଷ ପରି
ପଶ୍ଚିମ ଓଡିଶା ନାଚୁ ତାକଥେଇ ତାଥେଇ
ଭେଟଘାଟ ନାମ ଏହି
,,,,,,,,,,,,,,