ଫୁଟେ ସିନା ଫୁଲ କଢି
ଫୁଟେ ସିନା ଫୁଲ କଢି
ଅଳି ଝୁରୁଥିଲା ଚାନ୍ଦିନୀ ରାତି
ଜାଣିନଥିଲା ନାହିଁ ସେହି ଭାବ ପୀରତି
କଢି କାଢ଼ୁଥିଲା ମୁହଁ
କୃଷ୍ଣଚୁଡା ରଙ୍ଗ ହୀନ ଆଜି
ସହୁନାହିଁ ତା ଦିହ ।
ଆଶାଢେ ପ୍ରେୟସୀ ବରଷା ବତାସୀ
ବାତାୟନେ ପାର୍ଶ୍ୱ ଝରିଗଲା
ଶ୍ରାବଣେ ଶ୍ରାବଣୀ ଧରା ଛୁଇଁଲାନି
ମୌସୁମୀ ଆସି ଫେରିଗଲା
ଯେତେ ହେଲେ ହେଉ ହୋ ହଲ୍ଲା
ଫୁଟିଲା ଫୁଲ କି ଫୁଟେ ଆଉଥରେ
ଫୁଟି କାଶତଣ୍ଡୀ ଖଣ୍ଡିକାଶ ମାରୁଥିଲା
ଫୁଟିବା ଝଡ଼ିବା ନୀତି ଓ ସମ୍ପୃକ୍ତି
ଜାଣିବା ଲୋକ ବି ଚମକିଲା
ବଦଳୁଥିବା ସମୟ ଚକ୍ରରେ
ଋତୁଗୁଡା ପେଷି ହୋଇ ଫେରିଗଲା
ଭାଦ୍ରଵ ଭୋଦୁଆ ଆକାଶରେ ଜହ୍ନ
ଫୁଟୁନାହିଁ ତାରା ମେଳେ
ଅଜାଚିତ ସମୟ କହିଗଲା
ନାନାବାୟା ଗୀତ ଭିତରେ ଶରଗଶଶୀଟା
ସତେ ଆସି ସତରେ ଧରାଦେଲା ।।
