STORYMIRROR

Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ଫୁଟେ ସିନା ଫୁଲ କଢି

ଫୁଟେ ସିନା ଫୁଲ କଢି

1 min
357


ଅଳି ଝୁରୁଥିଲା ଚାନ୍ଦିନୀ ରାତି

ଜାଣିନଥିଲା ନାହିଁ ସେହି ଭାବ ପୀରତି

କଢି କାଢ଼ୁଥିଲା ମୁହଁ

କୃଷ୍ଣଚୁଡା ରଙ୍ଗ ହୀନ ଆଜି

ସହୁନାହିଁ ତା ଦିହ ।

ଆଶାଢେ ପ୍ରେୟସୀ ବରଷା ବତାସୀ

ବାତାୟନେ ପାର୍ଶ୍ୱ ଝରିଗଲା

ଶ୍ରାବଣେ ଶ୍ରାବଣୀ ଧରା ଛୁଇଁଲାନି

ମୌସୁମୀ ଆସି ଫେରିଗଲା

ଯେତେ ହେଲେ ହେଉ ହୋ ହଲ୍ଲା

ଫୁଟିଲା ଫୁଲ କି ଫୁଟେ ଆଉଥରେ

ଫୁଟି କାଶତଣ୍ଡୀ ଖଣ୍ଡିକାଶ ମାରୁଥିଲା 

ଫୁଟିବା ଝଡ଼ିବା ନୀତି ଓ ସମ୍ପୃକ୍ତି

ଜାଣିବା ଲୋକ ବି ଚମକିଲା

ବଦଳୁଥିବା ସମୟ ଚକ୍ରରେ

ଋତୁଗୁଡା ପେଷି ହୋଇ ଫେରିଗଲା

ଭାଦ୍ରଵ ଭୋଦୁଆ ଆକାଶରେ ଜହ୍ନ

ଫୁଟୁନାହିଁ ତାରା ମେଳେ

ଅଜାଚିତ ସମୟ କହିଗଲା

ନାନାବାୟା ଗୀତ ଭିତରେ ଶରଗଶଶୀଟା

ସତେ ଆସି ସତରେ ଧରାଦେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract