Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସଂଜୟ କୁମାର ଦୀପ

Romance Fantasy

4  

ସଂଜୟ କୁମାର ଦୀପ

Romance Fantasy

ପ୍ରେମ

ପ୍ରେମ

1 min
329


ପ୍ରେମ ପ୍ରତୀକ୍ଷା ବସନ୍ତ ମଳୟ

ପ୍ରେମ ଫଗୁଣ ଫୁଲର ବନ ,

ପ୍ରେମ ଗୋଧୂଳି ର ଆଗମନ

ପ୍ରେମ ଗାଈଆଳ ବଂଶୀ ସ୍ଵନ ।


ପ୍ରେମ ବୈଶାଖ ବୈରାଗୀ ପଣ

ପ୍ରେମ ଲୁହଭିଜା ଅଭିମାନୀ ,

ପ୍ରେମ ଆଷାଢ଼ ବରଷା ଛିଟା

ପ୍ରେମ ଭିଜା ପଣତର କାନି ।


ପ୍ରେମ ଜହ୍ନିଫୁଲ ସଞ୍ଜ ବେଳା

ପ୍ରେମ କାଶତଣ୍ଡି ନଈପଠା ,

ପ୍ରେମ ଆନମନା ମଧୁ-ଆଳାପ

ପ୍ରେମ ଆଲିଙ୍ଗନ ମିଠା-ମିଠା ।


ପ୍ରେମ ସକାଳ କାକର ଟୋପା

ପ୍ରେମ ସଜ ଗୋଲାପ ର ହସ ,

ପ୍ରେମ ନଈକୂଳ ତୁଠ ପଥର

ପ୍ରେମ ବଟା ହଳଦୀ ର ବାସ ।


ପ୍ରେମ କାର୍ତ୍ତିକ ର ଡଙ୍ଗାଭସା 

ପ୍ରେମ ହବିଷାଳି ରନ୍ଧାଅନ୍ନ ,

ପ୍ରେମ ହାତେମଖା ହରଗଉରା

ପ୍ରେମ କୁଆଁର ପୁନେଇଁ ଜହ୍ନ ।


ପ୍ରେମ ଗୋବର ରେ ଲିପା ଅଗଣା

ପ୍ରେମ ମଗୁଶୁର ଝୋଟିଚିତା 

ପ୍ରେମ ବାପାଙ୍କର ଧାନ କିଆରୀ

ପ୍ରେମ ବୋଉ ହାତେ ଖିରି ପିଠା ।


ପ୍ରେମ ମନ୍ଦିର ର ଶଙ୍ଖ ଘଣ୍ଟା ଧ୍ଵନି

ପ୍ରେମ ପୂଣ୍ୟର ଆଳତୀ ,

ପ୍ରେମ ଅଗଣା ର ତୁଳସୀ ଚଉଁରା

ପ୍ରେମସଞ୍ଜ ଧୂପବତୀ ।


ପ୍ରେମ ତାରାଭାରା ଜହ୍ନ ରାତି

ପ୍ରେମ ମହକ ରଜନୀଗନ୍ଧା ,

ପ୍ରେମ ଉଡେ ଦୂର ଆକାଶ ରେ

ପ୍ରେମ ପଞ୍ଜୁରୀରେ କାଳେ ବନ୍ଧା ।



Rate this content
Log in

Similar oriya poem from Romance