STORYMIRROR

ସଂଜୟ କୁମାର ଦୀପ

Others

3  

ସଂଜୟ କୁମାର ଦୀପ

Others

ବର୍ଷା ଆସର

ବର୍ଷା ଆସର

1 min
270


ସବୁଜ ଶୃଙ୍ଗାରୀ ଶ୍ରାବଣୀ ସୁନ୍ଦରୀ

ସଂଜୀବନୀ ଗୀତି ଗାଉଛି,

ରିମ୍ -ଝୀମ୍ ତାଳେ ମଉସୁମୀ ମେଳେ

ବରଷା ରାଣୀ ବି ନାଚୁଛି।

ଆହାକି ସୁନ୍ଦର ଶୋଭା!

ବାଦଲ କୁମାର ବିଜୁଳି ସହିତେ

ରଙ୍ଗମଞ୍ଚେ ହୁଏ ଉଭା।।

ଇନ୍ଦ୍ରଧନୁ ତୋଳେ ରଙ୍ଗର ରୋଷଣୀ

ବେଙ୍ଗୁଲୀ ବଜାଏ ତୂରୀ,

ମନ ମୋହିନିଏ ଶୀତଳ ମଳୟ

ଧରଣୀ ଭିଜୁଛି ବାରି।

ଆହାକି ସୁନ୍ଦର ଆସର!

ଭାବର ବିହୋଳେ ସଂଜୟ ଲେଖିଛି

ବରଷାର ଗୀତି ସ୍ବର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍