ଶକ୍ତିମୟୀ
ଶକ୍ତିମୟୀ
ନାରୀ ନୁହେଁ ମାଆ ନାରାୟଣୀ
ଅନନ୍ୟା ତୁମେ ପୂଜନୀୟା,
ସୃଷ୍ଟିର ତୁମେ ମହାମାୟା
ସୃଜନ କାରିଣୀ ବନ୍ଦନୀୟା......
ଶକ୍ତିମୟୀ ମାଆ ଶାନ୍ତିମୟୀ
ପ୍ରିତି ବାରିଧାରା ମୁକ୍ତିଦାୟୀ,
ସିଦ୍ଧିପ୍ରଦା ତୁମେ କୃପାଳିନୀ
ଜାୟା-ଜନନୀ-ଭଗିନୀ......
ସର୍ବସହା ତୁମେ ସ୍ନେହମୟୀ
ଉଦାର ହୃଦୟୀ ମୋକ୍ଷଦାୟୀ,
ସମ୍ଭବା ତୁମେ ସର୍ବ ସୁଖଦାୟୀ
ଉଦ୍ଧାର ଏ ଧରା ଦୟାବହି......
