STORYMIRROR

ସଂଜୟ କୁମାର ଦୀପ

Inspirational

3  

ସଂଜୟ କୁମାର ଦୀପ

Inspirational

କାଳର କରାଳେ

କାଳର କରାଳେ

1 min
221

କାଳର କରାଳେ...

ବିବଣ୍ଣ ସକାଳ ଆସେ ବିରହି ପ୍ରେମିକା ପରି

ରହସ୍ୟମୟୀ ଶରୀରେ ଉଛୁଳା ରକ୍ତ

ଚିତ୍ରିତ ହୁଏ ସାରା ଜଗତ,

ସଭ୍ୟ ପୋଷାକର ଆବରଣେ

ଅନ୍ଧ-ମୂକ-ବଧିରର ଅଭିନୟ

ଆହ୍ଲାଦିତ ରଙ୍ଗମଞ୍ଚ !


କାଳର କରାଳେ...

ଦ୍ରୌପଦୀ ଏଠି ବିବସନା ହୁଏନି

ସାଦରେ ବସନ ଖସାଏ ଛାତିରୁ କଟିରୁ...

ସୀତା ଏଠି ଅପହୃତା ହୁଏନି

ଚାଲି ଯାଏ ସ୍ୱ ଇଚ୍ଛାରେ

ରାବଣ ସାଥୀରେ

ଚନ୍ଦ୍ରସେଣାର ଅଭିନୟ କରେ ରାମ ।


କାଳର କରାଳେ...

ଯାଦୁ ଖେଳ ହୁଏ କଳାଟଙ୍କାରେ

ନଗ୍ନ ଯୁବତୀର ଦେହରେ....

ଚିତ୍କାର ମିଳେଇ ଯାଏ !


କାଳର କରାଳେ...

ପୂଜା ପାଏ କାମ ଓ ବିଳାସ

ଅର୍ଥ ସାଜେ ପୁରୋହିତ

ବଳି ପଡ଼େ ମାନବାତ୍ମା !

ସଭ୍ୟ ଏଠି ଅସଭ୍ୟ ହେଲାଣି

କାହିଁକି କହିବ କିଏ ?

କଳା କଳା ବାଦଲ ଉହାଡେ

ଚାନ୍ଦିନୀର ଲୁଚକାଳି ଖେଳ

ଅନ୍ଧାର ଆହୁରି ଘନ ହୁଏ

ପୃଥିବୀ ଘୁମେଇ ଯାଏ ନିଦରେ

ଖୁବ୍ ନିଦରେ...



Rate this content
Log in

Similar oriya poem from Inspirational