STORYMIRROR

ସଂଜୟ କୁମାର ଦୀପ

Romance

2  

ସଂଜୟ କୁମାର ଦୀପ

Romance

ଶୀତ

ଶୀତ

1 min
288

ଶୀତଳ ସମୀରେ ଡେଣାମେଲି

ଶୀତ ଆସିଲାଣି ଉଡ଼ି ଉଡ଼ି,

ଧରଣୀ ମୂଲକ ଧୀରେ କମ୍ପିଲାଣି

ଅସହ୍ୟ ହେଲେଣି ବୁଢ଼ା ବୁଢ଼ୀ


ଶାନ୍ତ ସକାଳର କୁହୁଡ଼ି ଆସରେ

ଶୀତ ହସେ କିରିକିରି,

ଘାସ ଗାଲିଚାର କାକର ବିନ୍ଦୁରେ

ଶୀତ ଦିଶେ ହୀରା ପରି


ଧରଣୀ ବୁକୁରେ ସକଳ ତନୁରେ

ଶୀତ ର ଶୀତଳ ଚୂମ୍ବନରେ,

ସର୍ବ ତନୁମନେ ଶିହରଣ ଭରେ

ଶୀତ ତା' ପରଷ ଦେଇ ଧୀରେ


ଗହୀରପଠାରେ ଧାନ କିଆରିରେ

ଶୀତ ସାଥେ ନାଚେ କୃଷକ ଭାଇ,

ଶୀତ ପୋଷାକର ଆବରଣ ତଳେ

ଶୋଇବାକୁ ଶୀତ ମାରୁଛି ହାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance