Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସଂଜୟ କୁମାର ଦୀପ

Drama Classics Inspirational

3  

ସଂଜୟ କୁମାର ଦୀପ

Drama Classics Inspirational

ମାନଚିତ୍ର

ମାନଚିତ୍ର

1 min
11.8K


ପ୍ରତାରଣା ର କରାଳ ସ୍ରୋତେ

ପ୍ରତିସୃତି ଶବ ଭାସୁଛି,

ଅସହିଷ୍ଣୁ ଙ୍କର ଅରାଜକତା

ସାମାଜିକ ରଙ୍ଗମଞ୍ଚେ

ସମୟ ର ପ୍ରଳାପ

ବନ୍ଦୀଶାଳା ଏଠି ହସୁଛି ।।

ପ୍ରତାରଣା ର ଉଜାଣି ଢେଉ

ଅଶାନ୍ତ ସାଗର ବେଳା ପଡୁଛି-ଉଠୁଛି

ନିରିମାଖି ସ୍ରୋତସିନୀ

ସୁସ୍କତାର ଜ୍ବାଳା ରେ

ସାଗରବେଳା ରେ

ମଥାପିଟି ଖାଲି କାନ୍ଦୁଛି

ଖାଲି ବାହାଷ୍ପୋଟ ଆଉ ଶକ୍ତି ପ୍ରଦର୍ଶନ !

ବାକ୍ୟ ଯୁଦ୍ଧରେ ବିଭୋର ସମସ୍ତେ

ସ୍ଵାର୍ଥ ର ସଂଗ୍ରାମ ଚାଲିଛି,

ଖଟିଖିଆ ଏଠି

ପେଟ ବିକଳରେ

ଦାଦନେ ବିଦେଶ ଯାଉଛି।

ସମୟ ଟା ଖାଲି ହସୁଛି

ମହାକାଳ ଆସିବ-ମାନଚିତ୍ର ବଦଳିବ

ଆହୁରି ସମୟ ହସିବ।

ପୁଣିଥରେ ପ୍ରଳୟ ଆସିବ

ଘୂରିବ ଶୁଦର୍ଶନ

ପ୍ରଳୟ ପରେ ପୁଣି କାହାକୁ କହିବା

ବେଳ ଥାଉଁ-ଥାଉଁ

ଚାଲ ଆମେ ସାବଧାନ ହେବା



Rate this content
Log in

Similar oriya poem from Drama