STORYMIRROR

LALIT MOHAN DASH

Abstract Drama Inspirational

4  

LALIT MOHAN DASH

Abstract Drama Inspirational

ଏକତାର ଶକ୍ତି

ଏକତାର ଶକ୍ତି

1 min
376

ଏକତା ନଥିଲା ବୋଲି ଆମ ଦେଶେ

ଶତ୍ରୁ ଆସିଲେ ପଶି

ଶତ୍ରୁକୁ ବଳ ମିଳିଗଲା ଯେବେ

ଦେଶଦ୍ରୋହି ଗଲେ ମିଶି।।


ଭାରତୀୟ ବୀର ଜନମିଲେ ଯେବେ

ଭାରତ ମାତାଙ୍କ କୋଳେ

ଶତ୍ରୁଠୁ ଛଡ଼ାଇ ଆଣିଲେ ଦେଶକୁ

ଏକତାର ମନ୍ତ୍ର ବଳେ।।


ଏକତା ମନ୍ତ୍ରରେ ବାନ୍ଧି ହୁଅ ସର୍ବେ

ଏକତା ହିଁ ଆମ ବଳ

ଏକତା ହରେଇ ଏ ଦେଶ ଏ ଜାତି

ସଦା କାଳେ ଦୁରୁବଳ।।


ଯୁଗେ ଯୁଗେ ଅତ୍ୟାଚାରୀ ଜଗିଛନ୍ତି

ଅତ୍ୟାଚାର କରିବାକୁ

ସୁଯୋଗ ପାଇଲେ ଶୋଷଣ କରିବେ

ଭଙ୍ଗା ଦୁର୍ବଳ ଦଳକୁ।।


କାଠି କୁ କାଠି ଯୋଡ଼ି ବନ୍ଧା ହୁଏ

ଯେବେ ଏକତାର ସୁତ୍ରେ 

ତାହାକୁ ଭାଙ୍ଗିବ କୁହ କେଉଁ ବୀର?

ନାହିଁ କିଏ ଏ ଜଗତେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract