STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ଯାଅନା ଯମୁନା

ଯାଅନା ଯମୁନା

1 min
235


ରାଧା ଲୋ ରାଧା ମାନି ତୁ ବାଧା

ଯାଅନା ଲୋ ଯାଅନା ଯମୁନା

ଯାଅନା ଯମୁନା

ବାଟେ ବସିଛି ସେ ନନ୍ଦ ଲାଲା

ନାଟ ଲଗାଏ ନ ମାନି ମନା

ସେ ନାଟୁଆ କାହ୍ନା

ଯାଅନା ଲୋ ଯାଅନା ଯମୁନା।୦।

ବାଟ ଓଗାଳି ଭାଙ୍ଗେ ମାଠିଆ

ନଟ ଖଟିଆ ସେ ଅଝଟିଆ

କହିଲେ ଶୁଣେନା

ବୁଝେନା ଲୋ ଜମା ବୁଝେନା

କରୁଥାଏ ସେ ଖାଲି ବାହାନା

ଯାଅନା ଯମୁନା

ଯାଅନା ଲୋ ଯାଅନା ଯମୁନା ।

ସେ ରସିକ ଲୋ ଜଗତେ ଏକା

ତା'ପରି ନାହିଁ ଆଉ କେ ଟୋକା

ସେ କାଳିଆ ସୁନା

ଭଲ ପାଇ ସେ ଜମା ଭୁଲେନା

ଭୁଲି ଯା ତାକୁ ମନେ କରନା

ଯାଅନା ଯମୁନା

ଯାଅନା ଲୋ ଯାଅନା ଯମୁନା।

ରାଧା ନାମେ ତା ବାଜେ ବଇଁଶୀ

ଝରେ ଲୋ ସୁଧା ପଡ଼ଇ ଖସି

ରହି ଯା ତା ବିନା

ଶାଶୁ ନଣନ୍ଦ ତୋର ବଇରି

ସହି ବେନି ଲୋ ତୋତେ ଧିକ୍କାରି

କଥା କହି ନା ନା

ପର ଘରଣୀ ତୁ ରାଧାରାଣୀ

ସହିବୁ କେତେ ନିନ୍ଦା ତୁ ଶୁଣି

ଦେବେ ଲୋ ଗଞ୍ଜଣା

ଯାଅନା ଲୋ ଯାଅନା ଯମୁନା ।

ରାଧା ଲୋ ରାଧା ମାନି ତୁ ବାଧା

ଯାଅନା ଯମୁନା ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama