STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ଜାଗର ଜାଳିବି ଶିବ ପ୍ରୀତିରେ

ଜାଗର ଜାଳିବି ଶିବ ପ୍ରୀତିରେ

1 min
284


ପୂଣ୍ୟ ତିଥିରେ

     ଜାଗର ଜାଳିବି ଶିବ ପ୍ରୀତିରେ

     ଜାଗର ଜାଳିବି ଶିବ ପ୍ରୀତିରେ,

ଏକ ଧ୍ୟାନରେ

     ଲୟ ରଖି ତାଙ୍କୁ ମନ ପ୍ରାଣରେ

     ଜାଗର ଜାଳିବି ଶିବ ପ୍ରୀତିରେ।୦।

ଝଡ଼ ଆସେରେ

    ପାରୁନି ରହି ମୁଁ ମୋ ଭରସାରେ

    ପାରୁନି ରହି ମୁଁ ମୋ ଭରସାରେ,

ଭବ ସାଗରେ

  ଜୀବନ ଭେଳା ମୋ ବୁଡ଼ିଯାଏରେ,

     ଜାଗର ଜାଳିବି ଶିବ ପ୍ରୀତିରେ।୧।

ଆଶା ଆଶାରେ

   ମୋହ ମାୟା ସୁଅ ଟାଣି ନିଏରେ

   ମୋହ ମାୟା ସୁଅ ଟାଣି ନିଏରେ,

ଘନ ଅନ୍ଧାରେ

    ପଥ ଦିଶେ ନାହିଁ ଆଖି ଆଗରେ

     ଜାଗର ଜାଳିବି ଶିବ ପ୍ରୀତିରେ।୨।

ଉପବାସରେ

     ବ୍ରତ ପାଳି ମୁଁ ଥିବି ସେବାରେ

     ବ୍ରତ ପାଳି ମୁଁ ଥିବି ସେବାରେ,

ପ୍ରଭୁ କୃପାରେ

    ଦୁଃଖ ଦୂର ହେବ ଭକ୍ତି ବଳରେ

     ଜାଗର ଜାଳିବି ଶିବ ପ୍ରୀତିରେ।୩।

ଶିବରାତ୍ରୀରେ

     ରହି ଉଜାଗର ଚତୁର୍ଦ୍ଦଶୀରେ

     ରହି ଉଜାଗର ଚତୁର୍ଦ୍ଦଶୀରେ,

ବସି ମନ୍ଦିରେ

      ପୂଜିବି ଶଙ୍କର ଏକ ନିଷ୍ଠାରେ

     ଜାଗର ଜାଳିବି ଶିବ ପ୍ରୀତିରେ।୪।

ମିଛ ମିଛରେ

     ପାର୍ଥିବ କାମନା ବିବଶ କରେ

     ପାର୍ଥିବ କାମନା ବିବଶ କରେ,

ସତ୍ୟ ଜ୍ଞାନରେ

   ପାପ କ୍ଷୟ ହେବ ପ୍ରଭୁ ଦୟାରେ  

     ଜାଗର ଜାଳିବି ଶିବ ପ୍ରୀତିରେ।୫।

     







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama