STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ବିଚ୍ଛେଦ ଯନ୍ତ୍ରଣା

ବିଚ୍ଛେଦ ଯନ୍ତ୍ରଣା

1 min
76


ବିବାହ ନାମରେ ମହକ ରହିଛି

ବିଚ୍ଛେଦ ନାମରେ ବିଷ

ମହକ ର ଧାରା ବଜାୟ ବିହୁନେ

ବିବାହିତା ସର୍ବ ନାଶ

ବିବାହ ବିଚ୍ଛେଦ ଆଢ଼ୁଆଳେ ପ୍ରାୟ

ଅନେକ ତଥ୍ୟ ଜଡ଼ିତ

ବୈବାହିକ ଜୀବନରେ ଝଡ ସୃଷ୍ଟି

ସହଜେ ପରିଲକ୍ଷିତ

ଦୁଇଟି ଆତ୍ମାର ମିଳନ ପ୍ରସଙ୍ଗ

କଥାରେ ରହିଛି ମାତ୍ର

ପବିତ୍ରତାର ସେ' ମନ ମନ୍ଦିରରେ

ମନ ରହୁନି ଏକତ୍ର

ପତି ପତ୍ନୀ ସହ ଉଭୟ ପକ୍ଷର

ପରିବାର ପରିଜନ

ବିବାହ ଜୀବନେ ପ୍ରତି ପାହୁଣ୍ଡରେ 

ପ୍ରାୟ ସମ୍ପର୍କ ସ୍ଥାପନ

ଉଦାର ହୃଦୟ ବିନା ଅସମ୍ଭବ

ପରକୁ ଆପଣା ଭାବ

ଅମୃତ ବିନୟ ବଚନ ଧାରାରେ

ଅସମ୍ଭବ ବି ସମ୍ଭବ


ପୁରାଣ ପୃଷ୍ଠାରେ ରହିଛି ବର୍ଣ୍ଣନା 

ବିଚ୍ଛେଦ ଜନିତ ଦୁଃଖ

ପତ୍ନୀ ବିନା ପତି, ପତି ବିନା ପତ୍ନୀ

ଝୁରେ ଏକ କୁ ଆରେକ 

ସାଥୀ ବିଛେଦରେ ଯନ୍ତ୍ରଣା ଓ ଦୁଃଖ

ସତ୍ୟ ତ୍ରେତା ଦ୍ୱାପର ରେ 

ନର ଦେହ ଧରି ସ୍ଵୟଂ ନାରାୟଣ

ବିଚ୍ଛେଦ ଯନ୍ତ୍ରଣା ଧାରେ

ଦୁଷ୍ମନ୍ତ ଓ ଶକୁନ୍ତଳା ଙ୍କ ବିଚ୍ଛେଦ

ପୁଣି ନଳ ଦମୟନ୍ତୀ

କରୁଣ କାହାଣୀ ଦାରୁଣ ବିଛେଦେ

ହଜି ଥିଲା ସୁଖ ଶାନ୍ତି 

କନ୍ଦର୍ପ ବିହୁନେ ରତି ଦେବୀ ପ୍ରାୟ

ଦୁଃଖରେ ବିତାଇ ଦିନ

ଏକ କୁ ଆରେକ ମିଳନ ଆଶାରେ

ଯନ୍ତ୍ରଣା ଜର୍ଜିତ ପ୍ରାଣ

ସୀତା ବିଛେଦରେ ପ୍ରଭୁ ରାମଚନ୍ଦ୍ର

ଦୁଃଖେ ଭ୍ରମି ବନ ଗିରି

ଗୋପେ ଗୋପାଙ୍ଗନା କୃଷ୍ଣ ବିଚ୍ଛେଦ ରେ

ଯନ୍ତ୍ରଣା ହିଁ ସର୍ବୋପରି

ବିଚ୍ଛେଦ ଯନ୍ତ୍ରଣା ଜାଣିଲେ ଶ୍ରୀରାଧା

କାହ୍ନା,ଶ୍ୱାସ-ପ୍ରଶ୍ୱାସ ରେ

ଅଷ୍ଟ ପାଟ ରାଣୀ ଅଙ୍ଗ ଲଭି କୃଷ୍ଣ

ରାଧା ହୃଦ-ସ୍ପନ୍ଦନରେ


ଚଳନ୍ତି ବିବାହ ବିଚ୍ଛେଦ କ୍ରମରେ

କେତେବେଳେ କେଉଁ ରଙ୍ଗ

ବ୍ୟଭିଚାର ଯୌତୁକ ଓ ନିର୍ଯାତନା

ପ୍ରାୟତଃ ମୁଖ୍ୟ ପ୍ରସଙ୍ଗ

କଳୁଷିତ ଚିନ୍ତାଧାରା ଅନୁଯାୟୀ

ସମ୍ପର୍କରେ ପ୍ରାୟ ଫାଟ

ଛଳନା କପଟ ଆଢ଼ୁଆଳେ ପ୍ରେମ

ସମ୍ପର୍କ ନୁହେଁ ଅତୁଟ

ପତି-ପତ୍ନୀଙ୍କର ଅଭ୍ୟାସ ସହିତ

ଅଭ୍ୟସ୍ତ ନ ହେଲେ ଝଡ

ଛୋଟ କଥା ପୁଣି ଯୁକ୍ତି ସହିତରେ

ଅବୁଝା ହୋଇଲେ ବଡ

ପରିଣତି ବୟସରେ ବି ବିଚ୍ଛେଦ 

ବୈବାହିକ ସମ୍ପର୍କରେ

ସନ୍ତାନ ସନ୍ତତି କ୍ରମେ ପ୍ରଭାବିତ

ହୀନ ମନା ମତାନ୍ତରେ

ଭଦ୍ର ଶିକ୍ଷିତ ଓ ସମ୍ଭ୍ରାନ୍ତ ଶ୍ରେଣୀର 

ପରିବାରରେ ବିଚ୍ଛେଦ

କ୍ରମେ ନ୍ୟାୟାଳୟ ପରିସର ମଧ୍ୟେ

ବିଚାର ବାଦ ବିବାଦ


ବିବାହ ନୁହଇ ପିଲା ବେଳ ଖେଳ

ସତେ ଅବା ବାଲି ଘର

ମନରେ ବିଚ୍ଛେଦ ଶବ୍ଦ ହିଁ ନ ରହୁ

ମିଳନ ହିଁ ଶ୍ରେୟସ୍କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama