STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ବର୍ଷାରେ ଜୀବନ ନିହିତ ଅଛି

ବର୍ଷାରେ ଜୀବନ ନିହିତ ଅଛି

1 min
11


ବର୍ଷା ଯେବେ ବା ଆସୁଛି

ସବୁ ଦୁଃଖ ଯନ୍ତ୍ରଣା ଉଭେଇ ଯାଉଛି

ଏ ବର୍ଷାରେ କ'ଣ ଅଛି!

କେହି ଯଦି ଜାଣିଛ ରହସ୍ୟ

ଥରେ ଅଧେ ଦିଅନ୍ତୁ ବୁଝାଇ

କିଛି ବି ବୁଝି ହେଉ ନାହିଁ !


ପ୍ରିୟାର ମନରେ ନିଆଁ ବି ଲାଗୁଛି

କିନ୍ତୁ ତା ମହକ ଧାରରେ ଲିଭି ଯାଉଅଛି

କିଛି କୁହୁକ ଅଛି କି ବର୍ଷାରେ!

ପ୍ରାୟ ଅବୁଝା ଲାଗୁଛି


ଅନେକ ପ୍ରତୀକ୍ଷା ପରେ ଆସିଛି ଏ ବର୍ଷା 

ଯେବେ ବା ଆସିଛି

ସବୁଜିମା ସାଥେ ସାଥେ ଅଛି

ଏକ ମଧୁର ସଙ୍ଗୀତର ମୂର୍ଚ୍ଛନା ଉଠୁଛି

ବର୍ଷା ସହ ସଙ୍ଗୀତର ଅଛି କି ସମ୍ପର୍କ!

ଆଦୌ ବୁଝି ହେଉ ନାହିଁ


କୃଷକ ର ଖୁସି ଏ ବର୍ଷାରେ 

ମରୁଭୂମି ର ଶୋଷ ଏ ବରଷା 

କ'ଣ ଅଛି ଏ ବର୍ଷାରେ!

ବୁଝିବା ଶକ୍ତି ବାହାରେ


ଏ ବର୍ଷା ଯେବେ ବି ଆସୁଛି

କେବେ ସବୁଜିମା ଭରା କ୍ଷେତ 

କେବେ ପୁଣି ବନ୍ୟା-ବାତ୍ୟା ସହିତ

କେଉଁଠି ଜୀବନ ପ୍ରଦାନ

କେଉଁଠି ଜୀବନ ହରଣ

କ'ଣ କିଛି ଅଛି କି ରହସ୍ୟ!

କିଛି ବୁଝି ବି ଅବୁଝା ଲାଗୁଛି


ତଥାପି ପ୍ରାୟ ଜଣାଶୁଣା

ଯେବେ ବି ବର୍ଷା ଆସୁଛି

ଖୁସି ପ୍ରଦାନ କରୁଛି

ନୂଆ ଜୀବନ ଦେଉଛି

ବଞ୍ଚିବାର ପ୍ରେରଣା ମିଳୁଛି

ବୋଧେ, ବର୍ଷାରେ ଜୀବନ ନିହିତ ଅଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama