STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ମହାସତୀ ସାବିତ୍ରୀ

ମହାସତୀ ସାବିତ୍ରୀ

1 min
41

 


ନାରୀ ଜାତିର ଗର୍ବ ଗୌରବରେ ତେଜସ୍ଵିନୀ,

      ପତ୍ନୀ ସ୍ଵରୂପାରେ ସେ ପତିର ଅନୁଗାମିନୀ। 

ପୁତ୍ରବଧୂ ଭାବେ ପରିବାରରେ ଶୁଭକାରିଣୀ, 

        ତ୍ୟାଗମୟୀ କରୁଣାମୟୀ କୃପାକାରିଣୀ। 

ସେ ମାଆ ସନ୍ତାନ ପାଇଁ ସଦା ମମତାମୟୀ, 

      ସତ୍ୟ ନିଷ୍ଠା ପାଳନର ବ୍ରତେ ରହେ ଧ୍ୟାୟୀ।  

ଜଗତର ପ୍ରଗତିରେ ଥାଏ ତା'ର ଅସୀମ କରୁଣା, 

     ଧର୍ମପ୍ରାଣା ହୋଇ ସଭିଙ୍କୁ ଦିଏ ସେ ପ୍ରେରଣା।

ପୁରୁଷର ଜୀବନସାଥୀ ଚଲାପଥର ସହଯାତ୍ରୀ, 

     ପବିତ୍ରତାର ପ୍ରତୀକ ସେ ମହାସତୀ ସାବିତ୍ରୀ। 

ତ୍ୟାଗ ଆଦର୍ଶକୁ ଜୀବନ ବ୍ୟାପୀ କରି ପାଳନ, 

     ଐତିହ୍ୟ ସଂସ୍କୃତି ପରମ୍ପରାକୁ ରଖେ ଅକ୍ଷୁର୍ଣ୍ଣ। 

ନାରୀ ହୋଇଥାଏ ଅପର୍ଣ୍ଣା ସ୍ଵୟଂ ସଂପୂର୍ଣ୍ଣା,

   ମାତୃ ଜାତିର ସେ ଆଦିମାତା ଦେବୀ ଅନ୍ନପୂର୍ଣ୍ଣା।

ପ୍ରେମ ପ୍ରୀତି ଦାନ କରି ଆଣେ ଶାନ୍ତି ମୈତ୍ରୀ, 

 ସଂସାରରେ ଚିରପୂଜ୍ୟା ରୂପେ ମହାସତୀ ସାବିତ୍ରୀ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract