STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ଆପଣା ହସ୍ତେ ଜିହ୍ୱା ଛେଦି

ଆପଣା ହସ୍ତେ ଜିହ୍ୱା ଛେଦି

1 min
14


ଆମ ନିଜେ ନିଜ ଧ୍ୱଂସର କାରଣ

ପ୍ରତିବାଦୀ ପୁଣି ନିଜେ

ଧ୍ଵଂସର ଭୟାବହତା ଲିଭି ନାହିଁ

ନିଜ ମନରୁ ସହଜେ

ନିଜ ହାତେ ଜିହ୍ୱା ଛେଦି ଦେଲା ପରେ

ଯାହା ହୁଏ ପରିଣତି

ମଣିଷ ସମାଜ ସମ୍ପୂର୍ଣ୍ଣ ବିଦିତ

ଧ୍ଵଂସ କରି ଏ ପ୍ରକୃତି

ଜୀବନ ଯାତ୍ରାରେ ପ୍ରତ୍ୟେକ କ୍ଷେତ୍ରରେ

ଧ୍ଵଂସ ଲୀଳା ମାନବର 

କାଳ କ୍ରମେ ଅନୁଶୋଚନା ଧାରାରେ

ସାମଞ୍ଜସ୍ୟ ପ୍ରବାଦ ର 

ନିଜ ଯୋଜନାରେ ନିଜର ବିନାଶ

ଯଦି ହୁଏ ଆମନ୍ତ୍ରଣ

ପ୍ରତିବାଦ କିଏ କାହିଁକି କରିବ

ନିଜସ୍ଵ ବିଘ୍ନ କାରଣ

ସ୍ବାର୍ଥ ବିଜଡ଼ିତ କାର୍ଯ୍ୟ କଳାପରେ

ଭୁଲି ହିତାହିତ ଜ୍ଞାନ

ଏକାକୀ ମଣିଷ କ୍ଷତି କରୁଅଛି

ନିଜ ସ୍ବଭାବ ଲକ୍ଷଣ

ସୁନ୍ଦର ଧରଣୀ ବିଦିର୍ଣ୍ଣ ସମ୍ପୂର୍ଣ୍ଣ 

ସବୁଜିମା ପ୍ରାୟ ହତ 

ଜଳବାୟୁ ପରିବେଶ ଋତୁ-ଚକ୍ର

ସବୁ ହୋଇଛି ବ୍ୟାଘାତ

ସଂସ୍କାର ସଂସ୍କୃତି ପୁଣି ପରମ୍ପରା

ରହିଛି ନାମକୁ ମାତ୍ର

ଆଧୁନିକତାର ମୁଖା ପିନ୍ଧି ସର୍ବେ

ଚଳନ୍ତି ପ୍ରଥାରେ ଲିପ୍ତ

ମଣିଷ ହାତରେ ପ୍ରକୃତି ବିଦୀର୍ଣ୍ଣ 

ଋତୁ ଚକ୍ରରେ ବ୍ୟାଘାତ

ଶୀତ ଆଉ ବର୍ଷା ପ୍ରାୟ ବେପାରୂଆ 

ଖରା କିନ୍ତୁ ଏକ ଛତ୍ର

କଳୁଷିତ ଧାରା ସମଗ୍ର ବିଶ୍ଵରେ

ସଚେତନତାର ସ୍ୱର

ଜିହ୍ୱା ଛେଦନ ର ଉପରାନ୍ତ ପୀଡ଼ା

ଭୋଗୁଛି ସାରା ଶରୀର


ଅନ୍ୟାୟ ଅତ୍ୟାଚାର ଅବା ଦୁର୍ନୀତି

ବିରୁଦ୍ଧରେ ପ୍ରତିବାଦ

ଚିରାଚରିତ ଏ ଧାରା ସମାଜରେ

ଉଦ୍ୟମ ବି ସାଧୁବାଦ

ନିଜେ ବିଷପାନ ଅବା ଆତ୍ମହତ୍ୟା

ଯଦି ନିଜସ୍ଵ ଯୋଜନା

ପ୍ରତିବାଦ ସ୍ୱର କିଏ ଉଠାଇବ

କେବଳ ମିଳେ ଭର୍ତ୍ସନା

ଚରିତ୍ର ଗଠନ ସଂସ୍କାର ସହିତ

ପିତାମାତା ଉପଦେଶ

ଜୀବନ ଯାତ୍ରାରେ ପ୍ରାୟ ସହାୟକ

ଉପଦେଶ ହିଁ ଆଶିଷ

ଦୁର୍ଜନ ସହିତ ସମ୍ପର୍କ ସ୍ଥାପନ

କ୍ରମେ ହୁଏ ଅଧୋଗତି

ସାଧୁ ସଙ୍ଗ ବଳେ ଜ୍ଞାନ ହୁଏ ପ୍ରାପ୍ତି

ସଂସାରୁ ମିଳେ ମୁକତି

ସଠିକ ଭାବରେ ପନ୍ଥା ନିରୂପଣ

ଜୀବନେ ଆସେ ପ୍ରଗତି

କୁପଥ ରେ ପାଦ ଥାପି ଦେଲେ ଥରେ

ପ୍ରତି ପାଦରେ ଦୁର୍ଗତି

ଜ୍ଞାତ ଅଜ୍ଞାତ ରେ ଦୋଷ ଅପରାଧ

ପ୍ରାୟ ଘଟଣା ଚକ୍ରରେ 

ଜ୍ଞାନ ପରାମର୍ଶ ସହ ଆହରଣେ

ମୁକ୍ତି ପ୍ରାପ୍ତି ସହଜରେ


ଜୀବନ ଯାତ୍ରାରେ କେତେ ଅଭିନୟ 

କେତେ ଛଳନାର ରୂପ

ଜାଣି ଶୁଣି ପୁଣି ନ ଜାଣିଲା ପରି

ନାଟକ ବି ଅପରୂପ

ବାହ୍ୟ ରୂପ ଦେଖି ହୁଏ ଅନୁମେୟ

ବୋଧେ ଚେତନା ବାହାରେ

କିଛି ଶୁଣି ଜାଣି ପାରିବା ଅବସ୍ଥା

ବୋଧେ ନାହିଁ ଆୟତରେ

ଜାଣି ଶୁଣି ନିଜ ଧ୍ୱଂସର କାରଣ

ଜ୍ଞାତ ପ୍ରବାଦ ଆକାରେ

ନିଜେ ପ୍ରତିବାଦୀ,କରି ପ୍ରତିବାଦ 

ଜାରି ରହୁ ସମାଜରେ

ଆପଣା ହସ୍ତେ ଜିହ୍ୱା ଛେଦି ପ୍ରବାଦ

ଯଥାର୍ଥତା ସମାଜରେ

ପ୍ରବାଦ ର ଭାବ ବୁଝିବାକୁ ହେବ

ନିଜ ଚିନ୍ତା ଚେତନାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama