STORYMIRROR

Kabiratna Nutan Kumar Behera

Drama Tragedy Inspirational

4  

Kabiratna Nutan Kumar Behera

Drama Tragedy Inspirational

ଶାନ୍ତି ଟିକେ ଦିଅ ପ୍ରଭୁ

ଶାନ୍ତି ଟିକେ ଦିଅ ପ୍ରଭୁ

1 min
14


ଶରଣେ ତୁମ ଚରଣେ

    ଭକତିର ଚିତ୍ତେ ମୁଁ ପ୍ରଣମେ

ବିନୟେ ତୁମ ଆଶ୍ରୟେ

ଦୁଃଖ ଯେତେ ଭୋଗେ ଏ ଜନମେ

ମାଗୁ ନାହିଁ କିଛି ଆଉ

     କରୁଣାକର ହେ ମହାବାହୁ

ଶାନ୍ତି ଟିକେ ଦିଅ ପ୍ରଭୁ।


ସଂସାର ମିଛ ଅସାର

   ବେଳୁ ବେଳ ଦୁଃଖ ପଡ଼େ ବଳି

ଜୀବନେ ଭାରି ଜଞ୍ଜାଳ

   ଭାର ତାର ବହି ପାରୁନି ସମ୍ଭାଳି

ସହିବା ଶକତି ଥାଉ

     ବଡ଼ଠାକୁର ତୁମେ ହେ ବିଭୁ

ଶାନ୍ତି ଟିକେ ଦିଅ ପ୍ରଭୁ।


ତୁଚ୍ଛ କାମନା ବାସନା

   ମାୟା ମୋହ ମୋ'ଠୁ କର ଦୂର

ସତ୍ୟ ଧର୍ମ ନ୍ୟାୟ ପଥେ

     ନିଅ ତୁମେ ହାତ ଧରି ମୋର

କରୁଣା ତୁମର ହେଉ

      ଦୀନବନ୍ଧୁ ତୁମେ କୃପାସିନ୍ଧୁ

ଶାନ୍ତି ଟିକେ ଦିଅ ପ୍ରଭୁ।


ଅଥୟ ହୁଏ ଜୀବନ 

     ରହେ ନାହିଁ ଭରସା ବିଶ୍ଵାସ

ଚଳ ଚଞ୍ଚଳ ଏ ମନ

     ଆଶା କରେ ତୁମର ଆଶିଷ

ତୁମ ଧ୍ୟାନେ ଦିନ ଯାଉ

      ଆର୍ତ୍ତତ୍ରାଣ ତୁମେ ଜଗବନ୍ଧୁ

ଶାନ୍ତି ଟିକେ ଦିଅ ପ୍ରଭୁ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama