ତୁମ ବିଚ୍ଛେଦରେ
ତୁମ ବିଚ୍ଛେଦରେ
କେବେ କେବେ ନିଜକୁ
ଏତେ ନିଃସହାୟ ଲାଗେ ଯେ
ମୁଁ ନ ରହିଲା ପରି ଲାଗେ
ହାତ ,ଗୋଡ , ଶରୀର
ଛିଣ୍ଡିଗଲା ପରି ଲାଗେ,
ଆଖି ସାମ୍ନାର ପୃଥିବୀଟା
ଖଣ୍ଡ ଖଣ୍ଡ ହେଇ ଶୂନ୍ୟରେ
ମିଳେଇଗଲା ପରି ଲାଗେ Il
ଯାହା ଉପରେ ଭରସା ଥାଏ
ଭିଡ ଭିତରେ ନହେଲେ ନାହିଁ
ଏକଲାରେ ହାତ ବଢେଇବ ପ୍ରମର ,
ସମ୍ପୂର୍ଣ ଷଡଯନ୍ତ୍ର ରଚିଥିବା ବ୍ୟକ୍ତି
କଣ ବୁଝି ପାରେ ଭାଷା
ପ୍ରେମ, ମିଳନ କି ବିଛେଦର II
ମୁଁ ସମ୍ପୂର୍ଣ ରୂପେ ନିଃସହାୟ
ନା ଆଗରେ ନା ପଛରେ
ସହଯୋଗର ପାଦଚିହ୍ନ ,
କେବଳ ଜ୍ଵଳନପ୍ରାୟ ଯାହା
ଯନ୍ତ୍ରଣା ଦିଏ ,ଶରୀରରେ
ଅଜସ୍ର କ୍ଷତ ଚିହ୍ନ II
କାହାକୁ କହିବି ମନର କଥା
କାହାକୁ ଦେଖେଇବି ହୃଦୟର ବ୍ୟଥା ,
ଆଖି କାନ୍ଦେ ,ଆଉ ରାତି ମଧ୍ୟ ପାହିଯାଏ
ଅନ୍ଧାର ଓ ନିର୍ଜନତାକୁ ଶୁଣାଇ
ଅସହାୟ ମନର ଅକୁହା ଗାଥା II
ମୁଁ କେଡେ ନିଃସହାୟ ଯେ
ଲୁହ ଝୁରୁଥିବା ସ୍ଵତ୍ତ୍ୱେ
ପୋଛିବି ପାରେନି
ଯେହେତୁ ସେ ଲୁହ ଲୁହ ନୁହେଁ
ଅନ୍ତର ଲୋହୁ ,
ସ୍ବଚ୍ଛନ୍ଦରେ ଯେଉଁ ଦିଗେ ଚାହୁଁଛି
ସେ ଦିଗେ ଖରାସ୍ରୋତା ହେଇ ବୋହୁ II
ମୁଁ କଣ ପରିତ୍ୟାଗ କରିବି
ତୁମ ଲାଗି ସମସ୍ତ ସଂସାର
ଖର୍ବ କରିନି ମୋର
ଅବାଞ୍ଛିତ ଗର୍ବ ଅହଂକାର ,
ଯାହାଥିଲା ସବୁତ ଦେଇଛି
ତୁମ ମାନ ଭଞ୍ଜନ ନିମନ୍ତେ
ଏବେ ଯାହା ବଞ୍ଚିଛି କେବଳ
ହାଡ ମାଂସର ତୁଚ୍ଛ ଶରୀର II
