STORYMIRROR

RAJANI KANTA SAHU

Abstract Drama Classics

4  

RAJANI KANTA SAHU

Abstract Drama Classics

ଝିଙ୍କାରି ଓ ରାତି

ଝିଙ୍କାରି ଓ ରାତି

1 min
3

ଝିଙ୍କାରି ଙ୍କ ଶବ୍ଦରେ

ନିଦ ଭାଂଗିଯାଏ ଅଧାରାତିରେ ,

ମୁଁ ଉଠେ କବାଟ ଖୋଲି ବାହାରିଯାଏ 

ଏବଂ ଘୂରିବୁଲେ ପ୍ରେତ ପରି ମୋ ଖୋଲା ଛାତରେ ..


ଶିମିଳି ତୁଳା ପରି କିଛି

ପାଉଁଶିଆ ବାଦଲ , ଯାହା 

ଏବେ ଏଇଠି ଥିଲା ସେମାନେ

ଆକାଶର ସେପାରିକୁ ଚାଲିଗଲେଣି

ଯେଉଁଠି ନିର୍ଦୋନ୍ଦରେ ଅଦୃଶ୍ୟ ହେଇହୁଏ ...


ଚୁପ ଚାପ ଚାଲିଯାଏ 

କାହିଁ କେତେ ଦୂରେ ଉଡାଜାହାଜଟା

ଯୋଜନ ଯୋଜନ ଦୂରତାକୁ ,

କିନ୍ତୁ ରାତି ଏଠି ଗାଢ ଅନ୍ଧାର ନୁହେଁ

ରାତି ଏଠି ଚୁପ ଚାପ ଶାନ୍ତ ନୁହେଁ 

ରାଜପଥରୁ ଗାଡିର ଶବ୍ଦ 

ଖିନ୍ନଭିନ୍ନ କରେ ନିଶବ୍ଦ ନିଶ୍ଚିଳ ରାତିକୁ ....


ସେ ବିଜୁଳି ବତି ରୁ ଝରି ପଡେ

ସୁନେଲି ଆଲୁଅ ,

ରାସ୍ତା , ସମସ୍ତ ଗାଡି ଏବଂ

ଭୂତ ପରି ବୁଲୁଥିବା କେତୋଟି ଲୋକଙ୍କୁ 

କରେ ସୋର୍ଣ୍ଣମୟ.....


ଝିଙ୍କାରି ସେମିତି ରାବି ଚାଲିଥାଏ

ସାରା ରାତି ବିନା ପ୍ରତିବନ୍ଧକରେ ,

କାହିଁକି କେଜଣି ଥକେନି ସେ

କିନ୍ତୁ ମୁଁ ଥକିଯାଏ କିଛିକ୍ଷଣ 

ତା ରାବ ଶୁଣିବା ପରେ .....


ମୁଁ ଚାଲିଯାଏ ମୋ ଘରଭିତରକୁ

ସେ ଝିଙ୍କାରି ଙ୍କୁ ଗାଳି ଦେଇ ,

କବାଟ ବନ୍ଦ କରେ ଏବଂ 

ପୁଣି ଶୋଇ ଯାଏ ଅନ୍ଧାରକୁ ଢାଂକି ହେଇ ....


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract