STORYMIRROR

RAJANI KANTA SAHU

Abstract Tragedy Classics

4  

RAJANI KANTA SAHU

Abstract Tragedy Classics

ଗ୍ରହଣ ନ କରିବାର ଇଚ୍ଛା ରେ

ଗ୍ରହଣ ନ କରିବାର ଇଚ୍ଛା ରେ

1 min
56

ତୁମେ ଅଜି ଫେରି ଆସିବକୁ

ଚାହିଁଲେ ବି –

ମୁଁ ଗ୍ରହଣ କରିବି ନାହିଁ. 

ମୁଁ ଗ୍ରହଣ କରିବି ନାହିଁ

ଯେଉଁ ସମୟ ବିତି ଯାଇଛି

ଦୀର୍ଘ ଏକ ଯନ୍ତ୍ରାଣାରେ,

ଯେଉଁ ଲୁହ ବୋହିଜାଇଛି

ଅସହ୍ୟ ଯନ୍ତ୍ରଣାର ଆହାରେ ,

ଯେଉଁ ରାତି ବିତିଯାଇଛି

ତୁମକୁ ଝୁରି ଝୁରି ବିଳାପ ବେଦନାରେ ll

.           ତୁମେ କୁହ ?

           କେମିତି ତୁମକୁ ଗ୍ରହଣ କରିବି

           ଯେଉଁ ସତ୍ୟ ଶୁଣି 

           ମୁଁହ ବୁଲେଇ ଚାଲିଗଲ

           ଅନେକ ଦୂର ମୋ-

           ହଜାରେ ଡାକିବ ସତ୍ତ୍ୱେ ,

           ଥରେ ହେଲେ ପଛକୁ ଦେଖିଲନି

           ପଛେ ପଛେ ଆସିଥିଲି ଅନେକ ଦୂର

           ତୁମରି ସାଥେ ll

ତୁମେ ଅଭିମାନ କଲ

ନାଁ ଅଭିମାନ ନୁହେଁ

ବୋଧେ ରାଗିଲ,

ନା ରାଗିଥିଲେ ମାନି ବି ଥାଆନ୍ତ

ତୁମେ ବୋଧେ ଘୃଣା କଲ ସବୁଦିନ ଲାଗି,

ମୁଁ ଯେତେ ଡାକିଲି ବି ତୁମକୁ

ତୁମ ନାଁ ଧରି,କିନ୍ତୁ ମୋ

ଶବ୍ଦ ବାଷ୍ପ ହୁଏ ,ହଜିଯାଏ,

ବିଂଚି ହେଇଯାଏ ସବୁ ଖଣ୍ଡ ଖଣ୍ଡ ଭାଂଗି ।।

.            ତୁମେ କୁହ ,

            ମୁଁ କେମିତି ଗ୍ରହଣ କରିବି ତୁମକୁ  

            ଆଉ ଆମର ସେ ସମୟ କୁ

            ଯେଉଁ ସମୟ ମୋ ଘାଆ ରେ

            ଲୁଣ ମରେ ଓ ଲଂକା ଗୁଣ୍ଡ ଦିଏ,

            କେମିତି ଗ୍ରହଣ କରିବି ସେ ରାତିକୁ

            ଯେଉଁ ରାତି ମୋତେ 

            ଏକ ରକ୍ତପିଶାଚି ପରି ଦିଶୁଥାଏ ll

ମୁଁ ଏବେ

ନିରସ୍ତ୍ର ପରାଜୟ ସୈନିକ

ସମୟର ଚକ୍ରବ୍ୟୁହରେ

ହାରିବାର ଗ୍ଲାନିରେ ମରିବାକୁ

ଯେ ଡରେ ନାହିଁ,

ମୁଁ ଏବେ,

ଦୁଇ ଦେଶର ସୀମାରେ

ଠିଆ ହେଇଥିବା ଶୁଷ୍କ ଏକ ଗଛ

ଯାହାର କୌଣସି ଦେଶକୁ

ଯିବାର ଇଛା ନାହିଁ.

            ତୁମକୁ ଧନ୍ୟବାଦ

            ତୁମେ ଗଲା ଦିନଠୁ

            ମୁଁ ଏବେ ସ୍ଵାଧୀନ 

            ମୁଁ ଏବେ ସଂପୂଣ୍ଣ ରୁପେ ମୋର ।।

        

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract