STORYMIRROR

RAJANI KANTA SAHU

Drama Classics Fantasy

4  

RAJANI KANTA SAHU

Drama Classics Fantasy

ଘୁଙ୍ଗୁରର ସ୍ୱର

ଘୁଙ୍ଗୁରର ସ୍ୱର

1 min
5

ଏବେ ସେ ଘୁଙ୍ଗୁରର ସ୍ଵରରେ 
ସମସ୍ତ ଦୁନିଆ ବିଲୀନ  ।

ପ୍ରାତିଟି ଶବ୍ଦରେ ଫୁଟି ଉଠେ ସଙ୍ଗୀତ

ପ୍ରାତିଟି କରIଘାତରେ ସୃଷ୍ଟି ହୁଏ ଝଙ୍କାର 
ଭରିଯାଏ ଚତୁର୍ଦିଗେ 
ଘୁଙ୍ଗୁରର ମଧୁର ଧ୍ୱନି 

ଶିରା ପ୍ରଶିରା ଦେଇ ପ୍ରବାହିତ ହେଇଯାଏ 
ପାଦରୁ ମସ୍ତିଷ୍କ ପର୍ଯ୍ୟନ୍ତ 
ଶିହରି ଯାଏ ପ୍ରତ୍ୟେକଟି ଲୋମ କୂପ II

ଯେପରି ସୃଷ୍ଟି ହୁଏ ଅଜସ୍ର ଲହରି
ଅଶାନ୍ତ ସାଗରରେ ,

ଯେପରି ଗାଇଯାନ୍ତି ବାଳୁଙ୍ଗା 
ପବନରେ ମତୁଆଲା ବିହଙ୍ଗଗଣ ,

ଯେପରି ଝରି ଯାନ୍ତି ପ୍ରାତିଟି 
ଘୁଙ୍ଗୁରରେ ଅସୁମାରି ଶେଫାଳି ,

ଯେପରି ଜୀବିତ ହୋଇ ଉଠନ୍ତି 
ଘୁଙ୍ଗୁରର ପ୍ରାତିଟି ଶବ୍ଦରେ 
ମନ୍ଦିର ଗର୍ତ୍ତର ନିର୍ଜୀବ ନର୍ତ୍ତକୀ ଗଣ II

ଖେଳିଯାଏ ପ୍ରାତିଟି ମୁହଁରେ 
ଲୁକ୍କାୟିତ ଉନ୍ମାଦନା 

ଝଲସି ଉଠେ ଆଖି 
କନ୍ଦରରୁ ସୂର୍ଯ୍ୟ ନକକ୍ଷ୍ଯେତ୍ର ଗଣ II       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama