STORYMIRROR

lopa samal

Drama Others

4  

lopa samal

Drama Others

.ଜଗନ୍ନାଥ ତୁମେ ଜଗତ ଦିଅଁ

.ଜଗନ୍ନାଥ ତୁମେ ଜଗତ ଦିଅଁ

1 min
22

ଜଗନ୍ନାଥ ତୁମେ ଜଗତ ଦିଅଁ 

ଜଗତ ବାସୀଙ୍କୁ ଥରୁଟେ ଚାହଁ

ଜଗତ ଜନକଙ୍କ ଗୁହାରୀ ଶୁଣ

ଟିକେ ଚାହିଁ ଦେଲେ ମୋମନ କିଣ ।

ପାଦ ନାହିଁ ତୁମେ ପଦ୍ମ ଚରଣ 

ହେ, ବିଶ୍ଵ ନିୟନ୍ତା ଗଲି ଶରଣ

ପ୍ରଭୁ ଚାରୁ ଚନ୍ଦ୍ର ମୋଦାରୁଦିଅଁ 

ଦୂରୁ ଦିଶୁଅଛି କାଳିଆ ମୁହଁ।

ଅଧାଗଢ଼ା ମୂର୍ତ୍ତି ହୋଇ ପୂଜିତ 

ଅବତାରୀ ନାଥ ଶ୍ରୀ ଜଗନ୍ନାଥ 

ସର୍ବ ସଂମ୍ପ୍ରଦାୟ ଇଷ୍ଟ ଦେବତା 

ସବୁ କାଳ ଦ୍ରଷ୍ଟା ଜଗତ କର୍ତ୍ତା ।

ଅପଲକ ନେତ୍ରେ ଜଗତ ଚାହଁ

ଦାରୁ ହୋଇ ବସ ହେ ଦାରୁ ଦିଅଁ 

କୈବୋଲ୍ଯ ନିର୍ମାଲ୍ୟ ପ୍ରସାଦ ତବ

ଜନ୍ମ ମୃତ୍ୟୁ ନାହିଁ ହେ ମହାଦେବ ।

ମୁକ କଥା କହେ ଜଗତ ସାଇଁ 

ପଙ୍ଗୁ ଗିରି ଲଙ୍ଗେ ତୁମରି ପାଇଁ 

ଅନ୍ଧ ଦେଖି ପାରେ ତୁମ୍ଭ ଜଗତ

ମୂର୍ଖ ଲେଖି ଗାଏ ତୁମରି ଗୀତ।

ସ୍ବୟଂ ଗ୍ରହ ରାଜ ହେ ଜନାର୍ଦ୍ଦନ

ଭକତଙ୍କ ପାଇଁ ଦିଅ ଦର୍ଶନ 

ମଧୁଝରା ତୁମ ରଙ୍ଗାଅଧର 

ଭାବରଙ୍କା ଦିଅଁ ବ୍ରହ୍ମ ଠାକୁର।

ଜଗତର ନାଥ ଖୁସି ରେ ରଖା

କାହାକୁ ନ'ଦିଅ ଅମାପ ଦୁଃଖ 

ସମଗ୍ର ମଣିଷ ତୁମରି ଜୀବ

ଘଣ୍ଟ ଘୋଡ଼ାଇବ ରାଧା ମାଧବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama