STORYMIRROR

lopa samal

Drama Others

3  

lopa samal

Drama Others

.ସକାଳ ଧୂପରେ ତୁହି ରେ କାଳିଆ

.ସକାଳ ଧୂପରେ ତୁହି ରେ କାଳିଆ

1 min
46


ସକାଳ ଧୂପରେ ତୁହି ରେ କାଳିଆ 

   ସଞ୍ଜ ଆଳତି ରେ ତୁହି,

ଭକତ ଗହଣେ ତୁହି ରେ କାଳିଆ 

    ସକଳ ଘଟରେ ତୁହି।

ଗୀତା ପରାୟଣ ଭାଗବତ ତୁହି  

  ଗୀତ ଗୋବିନ୍ଦ ରେ ତୁହି ,

ଉତ୍କଳ ଭୂମିରେ ତୋର ପାଦ ଚିହ୍ନ 

  ଖଣ୍ଡୁଆ ପାଟ ରେ ତୁହି।

ସୀତା ନାଥ ତୁହି ରାଧାନାଥ ତୁହି 

  ଜଗନ୍ନାଥ ଲକ୍ଷ୍ମୀ ପତି,

ରତ୍ନ ସିଂହାସନେ ଚତୁର୍ଦ୍ଧା ମୂରତୀ 

  କରୁଛ ବିଶ୍ୱେ ରାଜୁତି।

ଗ୍ରହ ଉପଗ୍ରହ ତାରା ସୂର୍ଯ୍ୟ ଚନ୍ଦ୍ର 

   ସକଳ ସୃଷ୍ଟି ରେ ତୁହି,

ଏ ଜଡ ଜଗତ କରୁ ଆତଯାତ 

    ପାଳନ କରତା ତୁହି।

ତୁହି ବାସୁଦେବ ପୁତ୍ର ବସୁଦେବ 

   ଦେବକୀ ପ୍ରାଣ ନନ୍ଦନ,

ହେ ନୀଳ ମାଧବ ପ୍ରଣବ ପୁରୁଷ 

    ଯଶୋଦା ପ୍ରାଣ ସ୍ବନ୍ଦନ।

ଅପାଣି ପାଦତୋ ନାମ ବହିଅଛୁ 

  ସହସ୍ର ପାଦ ତୋହର,

ହସ୍ତେ ଧରି ଅଛୁ ଶଙ୍ଖ ଚକ୍ର ଗଦା 

   ପଦ୍ମ ତୋ ପାଦ ପୟର ।

ଖୋଲି ଦିଏ ଜଗା ମୁକତିର ମାର୍ଗ 

   ସ୍ବର୍ଗ ଦୁଆର ତୋହର,

ଦରଶନ ଦିଅ ଦର୍ଶନ କରିବି

   ବେଶ ତୋ ବଡ଼ସିଂହାର।

,ଂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama