STORYMIRROR

lopa samal

Fantasy Others

4  

lopa samal

Fantasy Others

କର ପ୍ରଭୁ ମୋତେ ବିଦୁଷୀ

କର ପ୍ରଭୁ ମୋତେ ବିଦୁଷୀ

1 min
40

ଫୁଲ ମାଳ ଟିଏ କର ଜନାର୍ଦ୍ଦନ 

ହେବି ତୁମ ଗଳା ମାଳି,

ଅଗରୁ ଚନ୍ଦନ ଯେବେ କରିଦେବ

ଶ୍ରୀ ଅଙ୍ଗରେ ହେବି ବୋଳି ।

ଦୟଣାର ମାଳ ତୁଳସୀର ଚୂଳ 

କରିବ କାଳିଆ ମୋତେ,

ମସ୍ତକରେ ତୁମ ଶୋଭା ପାଉଥିବି

ବଞ୍ଚିବି ମୁଁ କାଳ ଯେତେ।

ତୁମ ଦେବଦାସୀ କର ଜଗନ୍ନାଥ 

ଇଚ୍ଛାରେ ତୁମ ନାଚିଛି,

ମୋ ପ୍ରତି କରୁଣା କରିବ ହେ ନାଥ

ଗୀତ ଗୋବିନ୍ଦ ଗାଇବି ।

ତୁମ ଶ୍ରୀ ଅଙ୍ଗର ବସ୍ତ୍ର କରିଦିଅ 

ଶ୍ରୀ ଅଙ୍ଗରେ ଲାଗି ଥିବି,

ରୁଦ୍ରାକ୍ଷର ମାଳ କରହେ ମାଧବ 

ହୃଦେ ତୁମ୍ଭ ଲମ୍ବି ଥିବି ।

ବଡ଼ ଦେଉଳର ପାରା ଟିଏ କର

ଗୁମୁରି ମୁହିଁ ବୁଲିବି,

ତୁମ ନୀଳଚକ୍ର ଆଶ୍ରା କରି ପ୍ରଭୁ 

ନିତି ଦର୍ଶନ କରିବି ।

ବଡ଼ ପଣ୍ଡା ଟିଏ କରିଦିଅ ପ୍ରଭୁ 

ଛପନ ଭୋଗ ବାଡ଼ିବି,

ସୁନା ଝାଡୁ ଟିଏ କର ଭଗବାନ 

ଅଗଣା ଝାଡ଼ୁ କରିବି ।

ପଦ୍ମନାଭ ପଦେ ଲୟ ରଖି ଥିବି 

ହରିନାମ ଭଜୁ ଥିବି,

ହରି ହରି ଭଜି ଯାଉ ମୋ ଜୀବନ 

ତୁମ ପାଶେ ପାଶେ ଥିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy