ଜଗନ୍ନାଥ ତୁମେ କେବେ ବିଦୁଷୀ
ଜଗନ୍ନାଥ ତୁମେ କେବେ ବିଦୁଷୀ
ଜଗନ୍ନାଥ ତୁମେ କେବେ ଭକ୍ତର ବିଶ୍ୱାସ
ପ୍ରାଣୀ ଜୀବନର ନିୟତି ପ୍ରଶ୍ବାସ
ମହାବାହୁ ତୁମେ କେବେ ରଥ କେବେ ପଥ
ପ୍ରଭୁ ରଥ ପଥ ସତ୍ୟ ଜଗନ୍ନାଥ ।
ଜଗନ୍ନାଥ ତୁମେ କେବେ ଗୋବିନ୍ଦ ଗୋପାଳ
ତୁମେ ପ୍ରାଣଧନ ଭକ୍ତଙ୍କ ବତ୍ସଳ,
ତୁମେ ରାମ ତୁମେ ଶ୍ୟାମ ଜଗତର ଦିଅଁ
ପ୍ରଭୁ ଜଗତ ଜନଙ୍କୁ ଥରୁଟେ ଚାହଁ ।
କାନ ନାହିଁ ଚକାଡୋଳା ଆଖି ରେ ଶୁଣ
ଟିକେ ଚାହିଁ ଦେଲେ ଭକ୍ତ ମନ ଜିଣ,
ତୁମ ରଙ୍ଗା ଅଧରରେ ମୁରୁକି ହସର
କୃପାଭାବ ସୁଖଶାନ୍ତି ରେଖା ଗାର ।
ତୁଳସୀ ଝରଣା ପୁଷ୍ପ ତୁମ ଗଳାହାର
ମୟୂର ଚନ୍ଦ୍ରିକା ଶୋଭାର ଭଣ୍ଡାର,
ପଦ୍ମ ପଲ୍ଲାଶ ନେତ୍ରେ ଦେଖୁଛ ସଂସାର
କ୍ଷୀର ଲବଣୀ ସର ଖିଆ ଗଙ୍ଗାଧର।
ଭାବ ରସିକିଆ ହେ ଭାବମୟ କଳା ଠାକୁର
ଅଭାବରେ ତୁହି ହୋଇଯାଉ ଦୂର,
ମଉଢ ମଣି ପ୍ରଭୁ ଷୋଡ଼ଶ କଳାର
କୃପାମୟ କୃପା ବାରି ବର୍ଷଣ କର
ଶ୍ରୀ ପାଦପଦ୍ମେ ତବ କୋଟି ଜୁହାର
ଟେକି ଦୁଇ ହାତ ଡାକଇ ଭକ୍ତ
ଜୟ ଜୟ ଜଗନ୍ନାଥ ଜଗତର ନାଥ।
