STORYMIRROR

lopa samal

Drama Others

3  

lopa samal

Drama Others

ଜଗନ୍ନାଥ ତୁମେ କେବେ ବିଦୁଷୀ

ଜଗନ୍ନାଥ ତୁମେ କେବେ ବିଦୁଷୀ

1 min
33

ଜଗନ୍ନାଥ ତୁମେ କେବେ ଭକ୍ତର ବିଶ୍ୱାସ 

ପ୍ରାଣୀ ଜୀବନର ନିୟତି ପ୍ରଶ୍ବାସ

ମହାବାହୁ ତୁମେ କେବେ ରଥ କେବେ ପଥ

ପ୍ରଭୁ ରଥ ପଥ ସତ୍ୟ ଜଗନ୍ନାଥ ।

ଜଗନ୍ନାଥ ତୁମେ କେବେ ଗୋବିନ୍ଦ ଗୋପାଳ 

ତୁମେ ପ୍ରାଣଧନ ଭକ୍ତଙ୍କ ବତ୍ସଳ,

ତୁମେ ରାମ ତୁମେ ଶ୍ୟାମ ଜଗତର ଦିଅଁ 

ପ୍ରଭୁ ଜଗତ ଜନଙ୍କୁ ଥରୁଟେ ଚାହଁ ।

କାନ ନାହିଁ ଚକାଡୋଳା ଆଖି ରେ ଶୁଣ

ଟିକେ ଚାହିଁ ଦେଲେ ଭକ୍ତ ମନ ଜିଣ,

ତୁମ ରଙ୍ଗା ଅଧରରେ ମୁରୁକି ହସର

କୃପାଭାବ ସୁଖଶାନ୍ତି ରେଖା ଗାର ।

ତୁଳସୀ ଝରଣା ପୁଷ୍ପ ତୁମ ଗଳାହାର

ମୟୂର ଚନ୍ଦ୍ରିକା ଶୋଭାର ଭଣ୍ଡାର,

ପଦ୍ମ ପଲ୍ଲାଶ ନେତ୍ରେ ଦେଖୁଛ ସଂସାର 

କ୍ଷୀର ଲବଣୀ ସର ଖିଆ ଗଙ୍ଗାଧର।

ଭାବ ରସିକିଆ ହେ ଭାବମୟ କଳା ଠାକୁର 

ଅଭାବରେ ତୁହି ହୋଇଯାଉ ଦୂର,

ମଉଢ ମଣି ପ୍ରଭୁ ଷୋଡ଼ଶ କଳାର

କୃପାମୟ କୃପା ବାରି ବର୍ଷଣ କର

ଶ୍ରୀ ପାଦପଦ୍ମେ ତବ କୋଟି ଜୁହାର 

ଟେକି ଦୁଇ ହାତ ଡାକଇ ଭକ୍ତ

ଜୟ ଜୟ ଜଗନ୍ନାଥ ଜଗତର ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama