STORYMIRROR

Sunanda Mohanty

Drama Action Classics

4  

Sunanda Mohanty

Drama Action Classics

ଜଗନ୍ନାଥ ପରମ ମିତ

ଜଗନ୍ନାଥ ପରମ ମିତ

1 min
331


ତୁମେ ପ୍ରଭୁ ପଣେ ଭାବଗ୍ରାହୀ

ମିତଟିଏ ହୋଇ ପାଖେ ଅଛ ରହି

ଅନୁଭବେ ମୁହିଁ କେମିତି ପାରିବି କହି

ସୁଖରେ ଦୁଃଖରେ ପାଶେ ଥାଅ

ବିପଦେ ଆପଦେ ସଖା ବୋଲାଅ

କେବେ କେବେ ଯଦି ଦୁଃଖ ଦିଅ

ଦ୍ବି ଗୁଣ ସୁଖ ଅଜାଡି ଥାଅ

ମୋ ଅନୁଭବ ମୁଁ ଜାଣଇ

କହିଲେ ଅବା କେ ସତ କରିବ କାଇଁ

ମୁଠାଏ ଭାତ ମୁଣ୍ଡ ଉପରେ ଛାତ

ବସ୍ତ୍ର ଦେଇଛ ଯଦି ଗୋସେଇଁ

ଆଉ କିସ ମୁଁ ମାଗିବା ଜରୁରୀ ନୁହଁଇ

ହାତମୋର ଲାଗୁ ସେବାର ଧର୍ମରେ

କର୍ମ ମୋର ହେଉ ସୁକର୍ମ ପୁଣ୍ୟରେ

ସବୁତ ପାଇଛି କେମିତି କହିବି କାଳିଆ

ବନ୍ଧୁ ପଣେ ଆଡ଼ ଆଖିରେ ଚାହାଁନ୍ତି ନାହିଁ

ବାଲ୍ୟ କାଳ ଠାରୁ ଆଜିପର୍ଯ୍ୟନ୍ତ

ରଖିଛ ପ୍ରଭୁହେ ମୋ ମାନ ମହତ

ପାଇ କି ନିନ୍ଦିଲେ କେଉଁ ଯଶ କୀର୍ତ୍ତି ବା ପାଇ

ସବୁ ତୁମ ଦାନେ ମୋର କିଛି ଅଭାବ ନାହିଁ

ତୁମ ପାଦ ପଦ୍ମ ଭାବରେ ସ୍ମରିଲେ

ଦୁଃଖ ଯାଏ ଦୂରୁ ଦୂରେଇ

ପ୍ରମାଣ ମୁଁ ନିଜେ ମୋ ନିଜ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama