ଜଗନ୍ନାଥ ପରମ ମିତ
ଜଗନ୍ନାଥ ପରମ ମିତ
ତୁମେ ପ୍ରଭୁ ପଣେ ଭାବଗ୍ରାହୀ
ମିତଟିଏ ହୋଇ ପାଖେ ଅଛ ରହି
ଅନୁଭବେ ମୁହିଁ କେମିତି ପାରିବି କହି
ସୁଖରେ ଦୁଃଖରେ ପାଶେ ଥାଅ
ବିପଦେ ଆପଦେ ସଖା ବୋଲାଅ
କେବେ କେବେ ଯଦି ଦୁଃଖ ଦିଅ
ଦ୍ବି ଗୁଣ ସୁଖ ଅଜାଡି ଥାଅ
ମୋ ଅନୁଭବ ମୁଁ ଜାଣଇ
କହିଲେ ଅବା କେ ସତ କରିବ କାଇଁ
ମୁଠାଏ ଭାତ ମୁଣ୍ଡ ଉପରେ ଛାତ
ବସ୍ତ୍ର ଦେଇଛ ଯଦି ଗୋସେଇଁ
ଆଉ କିସ ମୁଁ ମାଗିବା ଜରୁରୀ ନୁହଁଇ
ହାତମୋର ଲାଗୁ ସେବାର ଧର୍ମରେ
କର୍ମ ମୋର ହେଉ ସୁକର୍ମ ପୁଣ୍ୟରେ
ସବୁତ ପାଇଛି କେମିତି କହିବି କାଳିଆ
ବନ୍ଧୁ ପଣେ ଆଡ଼ ଆଖିରେ ଚାହାଁନ୍ତି ନାହିଁ
ବାଲ୍ୟ କାଳ ଠାରୁ ଆଜିପର୍ଯ୍ୟନ୍ତ
ରଖିଛ ପ୍ରଭୁହେ ମୋ ମାନ ମହତ
ପାଇ କି ନିନ୍ଦିଲେ କେଉଁ ଯଶ କୀର୍ତ୍ତି ବା ପାଇ
ସବୁ ତୁମ ଦାନେ ମୋର କିଛି ଅଭାବ ନାହିଁ
ତୁମ ପାଦ ପଦ୍ମ ଭାବରେ ସ୍ମରିଲେ
ଦୁଃଖ ଯାଏ ଦୂରୁ ଦୂରେଇ
ପ୍ରମାଣ ମୁଁ ନିଜେ ମୋ ନିଜ ପାଇଁ ।
