STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

କଳ୍ପବଟେ ତୋର ବାନ୍ଧିଲି ଡୋର

କଳ୍ପବଟେ ତୋର ବାନ୍ଧିଲି ଡୋର

1 min
261

ଜାଣେ ଜଗତେ ତୁ ବଡ଼ଠାକୁର

         ଗଢି଼ଛୁ ତୁହି ଏ ସାରା ସଂସାର

           ତୋ ବିନା ସବୁ ଅସାର

କରି ମୁଁ କଳ୍ପନା ଭାବି ନିଜର

       କଳ୍ପବଟେ ତୋର ବାନ୍ଧିଲି ଡୋର।


ତୁ ଇଚ୍ଛାମୟ ବ୍ରହ୍ମାଣ୍ଡ ଯାକର

          ଇଚ୍ଛାରେ ତୋର ସଚରାଚର

            ତୁ ନାଥ ଯେ ଅନାଥର

ବାନା ଉଡ଼ଇ ତୋର ଫରଫର

         ଦେଇ ଥାଉ ତୁ ସଭିଙ୍କୁ ନଜର।


କଳ୍ପବଟେ ତୋର ବାନ୍ଧିଲି ଡୋର

ଦୁଷ୍ଟ ଦାନବକୁ କରି ସଂହାର

          ପାଳୁଛୁ ବସୁଧା କରି ଉଦ୍ଧାର

             ତୁ ହିଁ ଭବେ ହରିହର

ତୋ ବିନା ନାହିଁ ତ କେହି ନିଜର

       ଦୁଃଖ ସୁଖ ଯେତିକି ତୋ ବିଚାର।


କଳ୍ପବଟେ ତୋର ବାନ୍ଧିଲି ଡୋର

ଦୟାରେ ତୋର ଆସିଛି ସଂସାର

         ଆଶିଷେ କରୁ ଜୀବନ ସୁନ୍ଦର

           ତୁ ସତ୍ୟ ଶିବ ସୁନ୍ଦର

ତୁ ଦୀନବନ୍ଧୁ କରୁଣା ସାଗର

         ତୁ ହିଁ ତ ଭାବ ଭକ୍ତିର ଆଧାର।


କଳ୍ପବଟେ ତୋର ବାନ୍ଧିଲି ଡୋର

ତୋ ପାଶେ ରଖିଛି ବିଶ୍ବାସ ମୋର

        ମୋ ଅଳି ଟାଳି କରିବୁନି ପର

          ସାହା ହେବୁ ନିରନ୍ତର

ଆଶ୍ରୟ ଦେବୁ ଚରଣରେ ତୋର

       କରୁଛି ମୁଁ କୋଟି କୋଟି ଜୁହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract