STORYMIRROR

lopa samal

Drama Others

4  

lopa samal

Drama Others

ତୁମରି ଦାନର ସୀମା ନାହଁ ପ୍ରଭୁ ବିଦୁଷୀ ଲୋପା ସାମଲ

ତୁମରି ଦାନର ସୀମା ନାହଁ ପ୍ରଭୁ ବିଦୁଷୀ ଲୋପା ସାମଲ

1 min
43

 

ତୁମରି ଦାନର ସୀମା ନାହିଁ ପ୍ରଭୁ 

   ସବୁତ ତୁମରି ଦାନ 

ମାଗୁଛି ଯାହା ଦେଉ ଅଛ ତାହା 

   କରୁନାହାନାହିଁ ଅଭିମାନ ,

ମାଗୁନାହି ଧନ ମାଗୁନାହିଁ ଜନ

  ମାଗୁ ଅଛି ଦିବ୍ୟ ଜ୍ଞାନ।

ଭାବେ ଭରିଦିଅ ମୋ ଅଞ୍ଚଳ ଜଗା

   ଭାବରେ ବଞ୍ଚୁଛି ମୁହିଁ 

ଛଳନା କରୁନ ଛଳିଆ ଠାକୁର 

  ତୋ ପରି ଠାକୁର କାହିଁ,

ତୁମ ଚକା ଆଖି ମୋ ଆଖି ରେ ଲାଖି

   ପୂର୍ଣ୍ଣତା ଲଭିବି ତହିଁ।

କି ସୁନ୍ଦର ଆଖି ସୁନ୍ଦର ମୂରତି 

   ଚକା ଡୋଳା ବାରେ କୁହ

ତୁମ ସେହି ଆଖି ବ୍ରହ୍ମାଣ୍ଡ ଦେଖୁଛି 

   କିପରି କରୁଚ ମୋହ,

ଦୁ‍ଃଖିକୁ ଦେଇଛ ଅତି ଦୁଃଖ ଜଗା

   ସୁଖୀକୁ ଦେଇଛ ସୁଖ।

ତୁମ ଠାରେ ମୁହିଁ କରିଛି ଆଶରା 

   ଆପଣା ପଣକୁ ନେଇ 

ଜନ୍ମ ଜନ୍ମାନ୍ତର ସାଥୀ ଟିଏ ବୋଲି 

  ମୋ ସଂସାରେ ସାହା ତୁହି,

ତୁମ ସେବା ପୂଜା କରୁଥିବି ଜଗା

   ରାଣ ମୁଁ ଦେଉଛି ଖାଇ ।

ତୁମ ଇଶାରାରେ ଚାଲୁଛି ଧରଣୀ 

 ରହିନାହିଁ କ୍ଷଣେ ଥକି

ଥକିଗଲେ ଜଗା ସଂସାର ବୁଡିବ 

   ତୁମେ ହିଁ ରହିବ ସାଥୀ,

ଅତି ଆପଣାର ଦୁଇ ଚକା ଆଖି 

  ମୋ ପାପ ପୁଣ୍ୟର ସାକ୍ଷୀ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama