STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ବାହୁଡ଼ିବେ ରଥେ ତିନି ଠାକୁର

ବାହୁଡ଼ିବେ ରଥେ ତିନି ଠାକୁର

1 min
255

ଗହଳ ଚହଳ ନାହିଁ ଶ୍ରୀକ୍ଷେତ୍ର 

           ଭଲ ଲାଗୁ ନାହିଁ ପ୍ରଭୁଙ୍କ ବିନା,

ରତ୍ନ ସିଂହାସନ ଦିଶେ ଶ୍ରୀହୀନ 

          ମନେ ବିଷାଦ ହୃଦୟ ବୁଝେନା,

ଶୁଣି ଭାବ ଭକ୍ତି ଭରା ପ୍ରାର୍ଥନା

          ବାହୁଡି଼ ଆସିବେ କାଳିଆ ସୁନା।


ଯାଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ

           ରଥଯାତ୍ରା କରି ବଡ଼ଦାଣ୍ଡରେ, 

ଭାଇ ବଳଭଦ୍ର ଭଗ୍ନୀ ସୁଭଦ୍ରା

         ଥିଲେ ତ ମହାପ୍ରଭୁଙ୍କ ସାଥୀରେ,

ରହିଥିଲେ ଯାଇ ଜନ୍ମ ବେଦୀରେ 

          ହସ ଖୁସି କରି କି ଆନନ୍ଦରେ ।


ଆଷାଢ଼ ଦଶମୀ ପୁଣ୍ୟତିଥିରେ

         ବାହୁଡ଼ିବେ ରଥେ ତିନି ଠାକୁରେ,

ଆସିବେ ସଭିଏଁ ଆଡ଼ମ୍ବରରେ 

        ବାଜା ବାଜେଣୀର ନୃତ୍ୟ ଛନ୍ଦରେ,

ତ୍ରିଭୁବନ ଶିରୀ ତାଙ୍କରି ଠାରେ

         ତାଙ୍କ ଦର୍ଶନେ ପାପ ଯାଏ ଦୂରେ।


ଦରଶନ ଦେବା ଲାଗି ଶ୍ରୀହରି 

         ଆସିଥିଲେ ସେ ଶ୍ରୀମନ୍ଦିର ଛାଡି଼,

ଦେଖି ପବିତ୍ର ହେଲା ଦୁଇ ଆଖି 

           ଜୀବନ ଗାଡି଼ ଯିବ ଗଡ଼ି ଗଡ଼ି,

ତିନି ଠାକୁରଙ୍କ ଆଶିଷ ନେଇ

          ଘର ସଂସାରକୁ ଦେବା ସଜାଡ଼ି।


ନ'ଦିନେ ହୁଏ ବାହୁଡା଼ ବିଜୟ

           ଫେରି ଆସନ୍ତି ଶ୍ରୀଜଗନ୍ନାଥ, 

ମା' ମହାଲକ୍ଷ୍ମୀ କରିଛନ୍ତି ମାନ 

           ଓଗାଳି ରୁହନ୍ତି ତାଙ୍କରି ପଥ,

ଭାବ ବିନୋଦିଆ ବଡ଼ଠାକୁର

          ଅନାଥ ଜନଙ୍କର ସେ ତ୍ରିନାଥ।       

  

କୃପାସିନ୍ଧୁଙ୍କର କୃପା ଅଶେଷ 

            ଭକ୍ତଜନଙ୍କର ଲାଗି ସର୍ବଦା,

କରୁଣା ତାଙ୍କର ସବୁରି ପାଇଁ 

          ଖାଲି ହାତରେ କରନ୍ତିନି ବିଦା,

ଭକ୍ତ ମନୋବାଞ୍ଛା କରନ୍ତି ପୂର୍ଣ୍ଣ

          ହଟାଇ ଅଜ୍ଞାନ କଳା ପରଦା।


ଭାବ ଭକ୍ତି ଥାଉ ତାଙ୍କରି ଠାରେ

          ଚଳାଇ ନିଅନ୍ତୁ ସତ୍ୟ ପଥରେ,

ରଖନ୍ତୁ ସଭିଙ୍କୁ ସେ ଶରଣରେ

        ନ ରହୁ କିଛି ଦୁଃଖ ସଂସାରରେ,

ଆଷାଢ଼ ଦଶମୀ ପୁଣ୍ୟତିଥିରେ

        ବାହୁଡ଼ିବେ ରଥେ ତିନି ଠାକୁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama