ଲକ୍ଷ୍ମୀଙ୍କ ରୋଷ.
ଲକ୍ଷ୍ମୀଙ୍କ ରୋଷ.
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇକି
କରିଲେ ଗୁଣ୍ଡିଚା ଯାତ
ଲକ୍ଷ୍ମୀ ଠାକୁରାଣୀ ଙ୍କ ଅଗୋଚରରେ
ସେଥିପାଇଁ ମାଆ କ୍ଷିପ୍ତ ।
ମାଆ ବିମଳାଙ୍କୁ ଜଣାଇଲେ ଦୁଃଖ
ପ୍ରତିକାର ଦେଲେ ମାତା
ତାକୁ ନେଇ କରି ଚଳିଲେ କମଳା
ଜାଣିଲେ ଜଗତ କର୍ତ୍ତା ।
ହେରା ପଞ୍ଚମୀରେ ରାଗିକରି ମାଆ
ନନ୍ଦିଘୋଷ ରଥ କାଠ
ଭାଙ୍ଗିଦେଇ ସଖି ମାନଙ୍କର ସାଙ୍ଗେ
ଫେରିଲେ ମର୍ତ୍ତ୍ୟ ବୈକୁଣ୍ଠ ।
ଆସିଲେ ଗୋବିନ୍ଦ ଦ୍ୱାର ହେବ ବନ୍ଦ
ଭାଙ୍ଗିବେ ଲକ୍ଷ୍ମୀଙ୍କ ମାନ
ରସଗୋଲା ଖୋଇ, ପାଟ ଶାଢ଼ୀ ଦେଇ
ତୋଷିବେ ମାଆଙ୍କ ମନ ।
ଧନ୍ୟ ଧନ୍ୟ ତୁମେ ହେ କଳା ଠାକୁର
ମାନବୀୟ ଲୀଳା କରି
କିଏସେ ବୁଝିବ ତୁମ ମାୟା ପ୍ରଭୁ
ମର୍ତ୍ତ୍ୟେ ନର ଦେହ ଧରି ।
